Below header

ରାଜଧାନୀରେ ଗୋଷ୍ଠୀ ସଂଘର୍ଷ, ୨ ଜଣ ଆହତ

ଭୁବନେଶ୍ବର (କେନ୍ୟୁଜ୍) : ରାଜଧାନୀରେ ଗୋଷ୍ଠୀ ସଂଘର୍ଷ । କିଛି ସମୟ ପୂର୍ବରୁ ରାଜଭବନ ନିକଟ ଓମଫେଡ୍ ବୁଥ ପାଖରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇଜଣ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ସଂଘର୍ଷ ଘଟିଥିବା କୁହାଯାଉଛି । ଉଭୟ ଗୋଷ୍ଠୀର ଯୁବକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବାଇକରେ ପ୍ରାୟ ୨୦ରୁ ୩୦ ଜଣ ଯୁବକ ଆସି ଓମଫେଡ ନିକଟରେ ଠିଆ ହୋଇଥିବା ଅନ୍ୟ କିଛି ଯୁବକଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସପିଟାଲରେ ଚିକିତ୍ସା କରାଯାଇଛି । ପୋଲିସ୍ ଘଟଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.