ଏସିଆ କପ୍ କ୍ରିକେଟ୍ : ଆଜି ପାକିସ୍ତାନର ମୁକାବିଲା ହଂକଂ ସହ

ଦୁବାଇ : ଏସିଆ କପ୍ କ୍ରିକେଟରେ ଆଜି ହଂକଂକୁ ଭେଟିବ ଶକ୍ତିଶାଳୀ ପାକିସ୍ତାନ ଦଳ । ୨୦୦୮ ପରେ ହଂକଂ ପୁଣି ଏସିଆ କପ୍ ଖେଳୁଛି । ପାକିସ୍ତାନ ସହ ମୁକାବିଲା ନେଇ ଦଳର ଖେଳାଳିମାନେ ଉତ୍ସାହିତ ଥିଲେ ମଧ୍ୟ ସମକକ୍ଷ ଟକ୍କର ଦେବା ନେଇ ସନ୍ଦେହରେ ଅଛନ୍ତି । ତେବେ ପଡ଼ିଆକୁ ଓହ୍ଲାଇ ଶତପ୍ରତିଶତ ଚେଷ୍ଟା କରିବେ ବୋଲି କହିଛନ୍ତି ଦଳର ଅଧିନାୟକ ଅଂଶୁମାନ ରଥ । ସେପଟେ ପାକିସ୍ତାନ ଅଧିନାୟକ ଫଖର ଜମନ କହିଛନ୍ତି ଆମେ ହଂକଂକୁ ଏତେ ହାଲକା ଭାବେ ଗ୍ରହଣ କରୁ ନାହିଁ । ଅନ୍ୟ ଦଳ ସହିତ ଯେମିତି ମୁକାବିଲା କରୁ ସେହିଭଳି ଉତ୍ସାହ ନେଇ ଆଜି ବି ଖେଳିବୁ । ହଂକଂ ଦଳର ଅଧିକାଂଶ ହେଉଛନ୍ତି ପାକିସ୍ତାନୀ । ସେମାନେ ପାକିସ୍ତାନ ମାଟିରୁ ହିଁ ଖେଳି ଶିଖିଛନ୍ତି । ଏବେ ଦେଖିବାର କଥା ନିଜ ମୂଳ ଦେଶକୁ କିଭଳି ମୁକାବିଲା କରୁଛନ୍ତି ।

ବାଂଲାଦେଶର ବୃହତ୍ ବିଜୟ

MUSFIQUR RAHIM

ଗତକାଲି ପ୍ରଥମ ମ୍ୟାଚରେ ବାଂଲାଦେଶ ମୁସଫିକ ରେହମାନଙ୍କ ଶତକ ବଳରେ ଶ୍ରୀଲଙ୍କାକୁ ୧୨୪ ରନରେ ହରାଇ ଦେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୬୧ ରନ୍ କରିବା ପରେ ଶ୍ରୀଲଙ୍କା ମାତ୍ର ୧୩୭ ରନରେ ଅଲଆଉଟ୍ ହୋଇଯାଇଥିଲା । ବାଂଲାଦେଶ ପକ୍ଷରୁ ମୁସଫିକର ୧୪୪, ମିଥୁନ ୬୩ ରନ୍ କରିଥିବା ବେଳେ ଶ୍ରୀଲଙ୍କା ପେସ୍ ବୋଲି ମାଲିଙ୍ଗା ୨୩ ରନରେ ୪ ୱିକେଟ୍ ଦଖଲ କରିଥିଲେ । ପରେ ଶ୍ରୀଲଙ୍କା ବ୍ୟାଟସମ୍ୟାନ ବାଂଲାଦେଶ ବୋଲରଙ୍କ ଆଗରେ ତିଷ୍ଠି ପାରି ନଥିଲେ । ଦିଲରୁୱାନ ସର୍ବାଧିକ ୨୯ ଏବଂ ଉପୁଲ ତରଙ୍ଗା ୨୭ ରନ୍ କରିବାକୁ ସମର୍ଥ ହୋଇଥିଲେ । ବାଂଲା ବୋଲର ମୋରତାଜା, ମେହିଦି ଓ ମୁସ୍ତଫିଜୁର ୨ଟି ଲେଖାଏଁ ୱିକେଟ ଦଖଲ କରିଥିଲେ । ଦେଶ ବାହାରେ ଏହା ହେଉଛି ବାଂଲାଦେଶର ସବୁଠୁ ବଡ଼ ବିଜୟ ।

ସାହସୀ ତମିମ ଇକବାଲ

TAMIM

ତେବେ ଏହି ମ୍ୟାଚରେ ମୁସଫିକରଙ୍କ ଶତକ ସହିତ ଆଉ ଏକ ଘଟଣା ବେଶି ଚର୍ଚ୍ଚାକୁ ଆସିଥିଲା । ବାଂଲାଦେଶ ଓପ୍ନର ତମିମ ଇକବାଲଙ୍କ ବାମ ହାତରେ ଆଘଶତ ଲାଗିଥିବା ଯୋଗୁଁ ଡାକ୍ତର ତାଙ୍କୁ ମ୍ୟାଚର ଦୁଇଘଣ୍ଟା ପୂର୍ବରୁ ଖେଳିବାକୁ ମନା କରିଥିଲେ । ସେଥିଲାଗି ତାଙ୍କୁ ଓପନିଂ ପଠାଗଲା ନାହିଁ । ତେବେ ଦଳର ନବମ ୱିକେଟ ପଡ଼ିଯିବା ପରେ ତମିମ ବାଧ୍ୟ ହୋଇଥିଲେ ପଡ଼ିଆକୁ ଓହ୍ଲାଇବା ପାଇଁ । ସେ ବ୍ଞାଟ ଧରି ଗୋଟିଏ ହାତରେ ବ୍ୟାଟିଂ କରିଥିଲେ । ଖାଲି ସେତିକି ନୁହେଁ ଶତକ ହାସଲ କରିଥିବା ମୁସଫିକରଙ୍କ ସହ ଶେଷ ୱିକେଟରେ ୩୨ ରନ୍ ଯୋଡ଼ିଥିଲେ । ତେବେ ସେ ଆଗାମୀ ୬ ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ ବୋଲି ଡାକ୍ତର କହିଛନ୍ତି । ତାଙ୍କ ସ୍ଥାନରେ ନଜମୁଲ ହୋସେନ୍ ଖେଳିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.