କାହିଁକି ମୋଦି କାଟି ଦେଇଥିଲେ ତାଙ୍କ କୁର୍ତ୍ତାର ହାତ, ଆସନ୍ତୁ ଜାଣିବା ମୋଦିଙ୍କ ପୋଷାକ ପଛର ଅଜଣା କଥା

ଦେଶର ପଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଏବଂ ସ୍ବାର୍ଗତ ରାଜୀବ ଗାନ୍ଧୀଙ୍କ ପରେ ଦେଶର ସବୁଠାରୁ ଷ୍ଟାଇଲିସ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି। ପ୍ରାୟ ସମସ୍ତ ସମ୍ମିଳନୀ ତଥା ଅଗଷ୍ଟ ୧୫ ଏବଂ ଜାନୁଆରୀ ୨୬ରେ ଲୋକ ଚାହିଁ ବସିଥାନ୍ତି ଦେଖିବାକୁ କି ମୋଦିଙ୍କ କୁର୍ତ୍ତାର ରଙ୍ଗ ଏବଂ ଡ଼ିଜାଇନ୍ କଣ ହେବ। ଦେଶର ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଯୁବ ପୀଢ଼ିପାଇଁ ଷ୍ଟାଇଲ ଆଇକନ ଭାବେ ପରିଚିତ ହୋଇଛନ୍ତି।

modi kurta 2

ଯେପରି ନେହେରୁଙ୍କ ବନ୍ଦ ଗଳାର ଡ଼ିଜାଇନକୁ ନେହେରୁ ଡ଼ିଜାଇନ୍ ଭାବେ କୁହାଯାଉଥିଲା ସେହିପରି ମୋଦିଙ୍କ ଖଣ୍ଡିଆ ହାତ କୁର୍ତ୍ତାକୁ ଦେଶରେ ମୋଦି କୁର୍ତ୍ତା ଭାବେ ଜଣାଯାଉଛି। କିନ୍ତୁ ଏହି ମୋଦି କୁର୍ତ୍ତା ପଛରେ ରହିଛି ଏକ ଆଶ୍ଚର୍ଯ୍ଯକର ତଥ୍ଯ। ଆଜିର ଷ୍ଟାଇଲସେଗମେଣ୍ଟ ଭାବେ ପରିବର୍ତ୍ତନ ହୋଇଥିବା ମୋଦି କୁର୍ତ୍ତାର କାହାଣୀ ବାସ୍ତବରେ କୌତୁହରୁ ଆରମ୍ଭ ହୋଇଥିଲା।

ଆରଏସଏସ ଏବଂ ଭାଜପାାର କାର୍ଯ୍ଯ ଅର୍ଥ କେବଳ ବାରମ୍ବାର ଯାତ୍ର ନୁହଁ ବରଂ ଅନିଶ୍ଚିତ ଏବଂ ଦୁଃଶାହାସିକତା କାର୍ଯ୍ଯ ମଧ୍ୟ। ମୋଦି ନିକଟରେ ଏକ ମିଡ଼ିଆ ସମ୍ମିଳନୀରେ କହିଥିଲେ କି, ମୁଁ ନିଜ କପଡ଼ା ନିଜେ ହିଁ ସପା କରିଥାଏ। ଏଣୁ ଫୁଲ ବା ସଂପୂର୍ଣ୍ଣ ହାତ ଥିବା କୁର୍ତ୍ତାକୁ ଧୋଇବାକୁ ବହୁତ କଷ୍ଠକର ହୋଇଥାଏ ଏଣୁ ମୁଁ ସର୍ବଦା ଅଧାହାତ ବା ହାତକଟାର କୁର୍ତ୍ତା ସିଲେଇଥାଏ।

modi

ମୋଦି ଏହିପରି କୁର୍ତ୍ତାକୁ ବହୁ ବର୍ଷ ହେଲା ପିନ୍ଧିଆସୁଥିଲେ। କିନ୍ତୁ ନିକଟରେ ଏହି କୁର୍ତ୍ତା ଯୁବପିଢ଼ିଙ୍କ ମଧ୍ୟରେ ଷ୍ଟାଇଲସେଗମେଣ୍ଟ ହୋଇଯାଇଛି। ମୋଦିଙ୍କ ଖାଲି କୁର୍ତ୍ତା ନୁହଁ, ମୋଦି ମାକ୍ସ, କପ୍, ଟି-ସାର୍ଟ ଏବଂ ଚକୋଲେଟରେ ମଧ୍ୟ ସମୟକ୍ରମେ ମୋଦିଙ୍କ ଛାପ ଦେଖିବାକୁ ମିଳିଛି।

Leave A Reply

Your email address will not be published.