Below header

LED TV କିଣିବାକୁ ଚିନ୍ତା କରୁଛନ୍ତି କି? ତେବେ ଦେଖନ୍ତୁ ଶସ୍ତା, ସୁନ୍ଦର ଏବଂ ମଜବୁତ ଏଲଇଡି ତାଲିକା

ନୂଆଦିଲ୍ଳୀ : ଆଜି ଆମେ ଆପଣଙ୍କ ପାଇଁ ଏପରି ଏଲଇଡ଼ି ଟେଲିଭିଜନ ଆଣିଛୁ ଯାହାର ମୂଲ୍ଯ ୮ହାଜରରୁ କମ ରହିଥିବା ବେଳେ ଏହାର ଡ଼ିସପ୍ଲେ ୨୨ ଇଞ୍ଚ ପର୍ଯ୍ଯନ୍ତ ରହିଛି। ଏହା ଛଡ଼ା ଏଥିରେ ଲାଗିଥିବା ସ୍ପିକର୍ସ ଆପଣଙ୍କୁ ଡ଼ଲବି ସାଉଣ୍ଡର ଅନୁଭବ ଦେବା। ଆସନ୍ତୁ ଜାଣିବା ଏହି ଶସ୍ତା ସୁନ୍ଦର ଟେଲିଭିଜନର କଣ ରହିଛି ମୂଲ୍ଯ ଏବଂ ଫିଚର।

 ମାକ୍ରୋମାକ୍ସ :

Micromax 20E8100HD 20 Inch HD Ready LED TV ୧୯.୫ ଇଞ୍ଚ ବିଶିଷ୍ଠ ଏଲଇଡ଼ି ସ୍କ୍ରିନର ରିଜୋଲିସନ୍ ୧୩୬୬ X ୭୬୮ ପିକ୍ସଲ ବିଶିଷ୍ଟ। ଏହାର ଡ଼ିସପ୍ଲେ ୧୬.୯ ଅସପେକ୍ଟ ରେସିଓ ସହିତ ଆସିଥାଏ। ଏଥିରେ ଆପଣଙ୍କର ଭଲ ସାଉଣ୍ଡ ସିଷ୍ଟମ ମଧ୍ୟ ରହିଛି। ଏହି ଟିଭିଟିକୁ ଆପଣ ଅନଲାଇନ୍ ପେଟିଏମ ମଲରୁ ୭,୩୮୬ ଟଙ୍କାରେ କିଣି ପାରିବେ। ଏଥିସହ ମାକ୍ରୋମାକ୍ସର 20A8100HD 20 InchHD Ready LED TV ୨୦ ଇଞ୍ଚ ଡ଼ିସପ୍ଲେ ବିଶିଷ୍ଟ  ଏଲଇଡ଼ିକୁ ମଧ୍ୟ ଆପଣ ୭,୯୯୦ ଟଙ୍କାରେ କିଣିପାରିବେ। ଏହାର ରିଜୋଲ୍ଯୁସନ ୧୩୬୬ X ୭୮୬ପିକ୍ସଲର ହୋଇଥିବା ବେଳେ ଏଥିରେ ୧୬ ୱାର୍ଟ ବିଶିଷ୍ଟ ସ୍ପିକର୍ସର ସୁବିଧା ଦିଆଯାଇଛି।

Micromax

ନୋବେଲ :

NOBLE SKIODO NB22VRI01ରେ ୨୨ ଇଞ୍ଚ ବିଶିଷ୍ଟ ଫୁଲ ଏଚଡ଼ି ଏଲଇଡ଼ି ପ୍ଯାନେଲ ଲାଗିଛି। ଏହାର ସ୍କ୍ରିନ୍ ରିଜୋଲ୍ଯୁସନ୍ ୧୯୨୦ X 1080 ପିକ୍ସଲ ରହିଛି। ଏହାର ରିକ୍ରେସ ରେଟ ୬୦ ହର୍ଟଜ ରହିଛି।ଏହାର ଓଜନ ୨ କିଲୋଗ୍ରାମ ରହିଥିବା ବେଳେ ଏହାର ସ୍ପିକର୍ସ ୧୦ ୱାଟ ବିଶିଷ୍ଟ ରହିଛି। ଅନଲାଇନରେ ଏହାର ମୂଲ୍ଯ ୬୪୯୯ଟଙ୍କା ରହିଛି।

tv-snapdeal

ପୋଲାରଏଡ଼ :

Polaroid LEDP019A 20 Inch HD Ready LED TVର ସ୍କ୍ରିନ୍ ୧୯.୫ ଇଞ୍ଚ ବିଶିଷ୍ଟ ଏଲଇଡ଼ି ଡ଼ିସପ୍ଲେ ବିଶିଷ୍ଟ ରହିଛି। ଏହାର ସ୍କ୍ରିନ୍ ରିଜୋଲ୍ଯୁସନ ୧୩୬୬ X ୭୬୮ ପିକ୍ସଲ ରହିଛି। ଟିଭିଟି ଅସ୍ପେକ୍ଟ ରେସିଓ ୧୬:୯ ବିଶିଷ୍ଟ ରହିଥିବା ବେଳେ ଏଥିରେ ୩୦ ୱାଟ ବିଶିଷ୍ଟ ସ୍ପିକର୍ସ ରହିଛି। ଏହାର ମୂଲ୍ଯ ଅନଲାଇନ୍ ୫,୪୯୯ ଟଙ୍କା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.