ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ ସରୁନି କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ- ୫୫ର କାମ ସରୁନି, ଗଡ଼କରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ- ୫୫ ପ୍ରସଙ୍ଗରେ ଚିଠି । ୨୦୧୭ରୁ ଏ ରାସ୍ତା କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି। ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ ସରୁନି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି ।

ଜାତୀୟ ରାଜପଥ -୫୫ ପଶ୍ଚିମ ଓଡ଼ିଶାର ଜୀବନରେଖା।ଢେଙ୍କାନାଳ ଦେଇ ଯାଇଥିବା ଏହି ରାଜପଥ ଉପରେ ଲକ୍ଷ ଲକ୍ଷ ଲୋକ ରାସ୍ତା ଉପରେ ନିର୍ଭର କରୁଛନ୍ତି । ଦୁଇ ବର୍ଷ ମଧ୍ୟରେ ଜାତୀୟ ରାଜପଥରେ ୩୯୯ଟି ଦୁର୍ଘଟଣା ଘଟିଛି । ୧୯୬ ଜଣଙ୍କର ଜୀବନ ଯାଇଛି । ହସ୍ତକ୍ଷେପ କରି ଏ ରାସ୍ତା କାମ ତୁରନ୍ତ ସାରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.