ସାଂସଦ ପଦ ଯିବା ପରେ ରାହୁଳଙ୍କ ସାମ୍ବାଦିକ ସମ୍ମିଳନୀ, ”ଏଥିରେ ମୁଁ ଡରିଯିବି ନାହିଁ, ସତ୍ୟ ପାଇଁ ସଂଗ୍ରାମ ଚଳାଇବି”

କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ସାଂସଦ ପଦ ଶେଷ ହେବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ତାଙ୍କର ସଦସ୍ୟତା ରଦ୍ଦ ଓ କୋର୍ଟ ଦଣ୍ଡାଦେଶକୁ ନେଇ ସେ ବିଜେପିକୁ କଡା ସମାଲୋଚନା କରିଛନ୍ତ । ରାହୁଳ କହିଛନ୍ତି ମୋଦୀଜୀ ଓ ଅଦାନୀଙ୍କ ଉପରୁ ଧ୍ୟାନ ହଟାଇବା ପାଇଁ ତାଙ୍କ ବିରୋଧରେ ଏପରି ଷଡଯନ୍ତ୍ର କରାଯାଇଛି । ତେବେ ମୋତେ ଡରାଇ ଧମକାଇ ଓ ଜେଲ ଦଣ୍ଡ ଦେଇ ବିଜେପି ଦବାଇ ପାରିବନାହିଁ ।

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଳ ଗାନ୍ଧୀ ଲୋକସଭା ସଦସ୍ୟତା ପଦରୁ ଅଯୋଗ୍ୟ ‌ଘୋଷିତ ହେବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ତାଙ୍କର ସଦସ୍ୟତା ରଦ୍ଦ ଓ କୋର୍ଟ ଦଣ୍ଡାଦେଶକୁ ନେଇ ସେ ବିଜେପିକୁ କଡା ସମାଲୋଚନା କରିଛନ୍ତ । ରାହୁଳ କହିଛନ୍ତି ମୋଦୀଜୀ ଓ ଅଦାନୀଙ୍କ ଉପରୁ ଧ୍ୟାନ ହଟାଇବା ପାଇଁ ତାଙ୍କ ବିରୋଧରେ ଏପରି ଷଡଯନ୍ତ୍ର କରାଯାଇଛି । ତେବେ ମୋତେ ଡରାଇ ଧମକାଇ ଓ ଜେଲ ଦଣ୍ଡ ଦେଇ ବିଜେପି ଦବାଇ ପାରିବନାହିଁ ।

ମୁଁ ମୋର କର୍ତ୍ତବ୍ୟରୁ ଓହରି ଯିବି ନାହିଁ । ମୋର ପ୍ରଶ୍ନ ଅଦାନୀ ଓ ମୋଦୀଜୀ ଙ୍କ ଭିତରେ ରହିଥିବା ଗଭୀର ସମ୍ପର୍କ ଓ ଅଦାନୀଙ୍କୁ ୨୦ ହଜାର କୋଟି ସହାୟତା କିଏ କରିଛି ତାହା ସର୍ବସାଧାଣଙ୍କ ନଜରକୁ ଆସିବା ଉଚିତ୍‌ । ମୋର ପ୍ରଶ୍ନରେ ବିଜେପି ସରକାର ଡରିଯାଇ ଏପରି ପଦକ୍ଷେପ ନେଇଛି । ମୋତେ ସଂସଦରେ କହିବାକୁ ଦିଆଯାଇ ନାହିଁ । ମୋ ଉପରେ ମିଥ୍ୟା ଅଭିଯୋଗ ଲଗାଯାଇଛି ।

ପ୍ରଧାନମନ୍ତ୍ରୀଙ୍କୁ ଡର ଲାଗୁଥିଲା କି ମୋର ପରବର୍ତ୍ତୀ ଭାଷଣରେ ଅଦାନୀଜୀଙ୍କ ସମ୍ପର୍କରେ ମୁଁ ଆଉ କିଛି ପ୍ରଶ୍ନ ଉଠାଇବି ବୋଲି ରାହୁଳ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ମୋତେ ସଂସଦରୁ ଏଥିପାଇଁ ବାହାର କରାଯାଇଛି କି ମୁଁ ଯେପରି ଆଉ ସଂସଦରେ ଅଦାନୀଙ୍କ ସମ୍ପର୍କରେ କିଛି ପ୍ରଶ୍ନ ନ ଉଠାଇ ପାରେ ।

ହେଲେ ମୁଁ ଭୟଭୀତ ନୁହେଁ, ଅଯୋଗ୍ୟତାକୁ ଅଥବା ଜେଲ୍ ଯିବାକୁ ପରବାୟ କରେନା ବୋଲି ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ କହିଛନ୍ତି। ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଆଦାନିଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନ ପଚାରିବା ଜାରି ରଖିବି। ସତ୍ୟ ପାଇଁ ସଂଗ୍ରାମ ଚଳାଇବି।

ଏବେ ଏହା ମୋ ଜୀବନର ସଙ୍କଳ୍ପ ହୋଇଯାଇଛି। ଗଣତନ୍ତ୍ର ପ୍ରତି ମୋର ସମ୍ମାନ ରହିଛି । ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି । ମୁଁ ପ୍ରତି ଲୋକଙ୍କୁ ପାଖକୁ ଯାଇ ଏହି ବିଷୟ ଉଠାଇବି । ସେ ଏଥିପାଇଁ କ୍ଷମା ମାଗିବେ କି ପ୍ରଶ୍ନର ଉତ୍ତରରେ ‘ମୁଁ ସବରକର ନୁହେଁ, ମୁଁ ଗାନ୍ଧୀ, ଗାନ୍ଧୀ କେବେ କ୍ଷମା ମାଗନ୍ତି ନାହିଁ ବୋଲି କହିଥିଲେ । ଏଥିରେ ମୁଁ ଡରିଯିବାର ନୁହେଁ ବୋଲି କଂଗେସ ନେତା ରାହୁଳ ଗାନ୍ଧୀ କହିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.