Below header

ନିଜ ବାପାଙ୍କ ସମାଧି ପୀଠ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇ ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଜାତୀୟ ଗଣମାଧ୍ୟମରେ ନବୀନଙ୍କୁ ନେଇ ପୁଣି ଚର୍ଚ୍ଚା । ନିଜ ବାପାଙ୍କ ସମାଧି ପୀଠ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇ ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି ନବୀନ ପଟ୍ଟନାୟକ । ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ନିଜ ବାପାଙ୍କ ସମାଧିସ୍ଥଳ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ସ୍ଥାନରେ ବିକାଶମୂଳକ କାର୍ଯ୍ୟ କରାଯିବ ।

naveenମୁଖ୍ୟମନ୍ତ୍ରୀ ସାରା ଭାରତବର୍ଷରେ ଉଦାହରଣ ସୃଷ୍ଟି କରିଥିବା କହିଛି ଟାଇମସ୍ ନାଓ । ଏଥିରେ ନବୀନଙ୍କ ଉଦ୍ୟମକୁ ପ୍ରଶଂସା କରିଛି ଏହି ଜାତୀୟ ଗଣମାଧ୍ୟମ । ଗତକାଲି ସ୍ୱର୍ଗଦ୍ୱାରକୁ ନୂଆ ରୂପ ଦିଆଯିବା ନେଇ ୫ କୋଟି ଟଙ୍କା ପ୍ରଦାନ କରିଥିଲେ । ଏହାସହ ସେଠାରେ ଥିବା ବିଜୁଙ୍କ ସମାଧି ପୀଠକୁ ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ ନବୀନ । ସେହି ସ୍ଥାନରେ ବିକାଶ କାର୍ଯ୍ୟ କରାଯିବ । ଏଥିପାଇଁ ନୂଆ ମାଷ୍ଟର ପ୍ଲାନ ମଧ୍ୟ ପ୍ରସ୍ତୁତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.