Below header

ସାନ ଭଉଣୀର ନଗ୍ନ ଭିଡ଼ିଓ କରି ବୟଫ୍ରେଣ୍ଡକୁ ପଠାଇଲା ବଡ ଭଉଣୀ, ଏବେ ପୋଲିସ ହାତରେ

ଭାଇ ଭଉଣୀ ତ ମଣିଷର ପ୍ରକୃତ ରକ୍ଷା କବଚ ପରି ହୋଇଥାନ୍ତି । ସେମାନେ ଥିଲେ କୌଣସି ବିପଦ ଯେପରି ବ୍ୟକ୍ତିକୁ କାଟୁ କରିପାରିନଥାଏ । ଯେକୌଣସି ସମୟରେ ଯେକୌଣସି ପରିସ୍ଥିତିରୁ ରକ୍ଷା କରିବାକୁ ଏହି ଭାଇ ଭଉଣୀ ମାନେ ହିଁ ପ୍ରଥମେ ଆସିଥାନ୍ତି । କିନ୍ତୁ ଗୋଟେ ଭଉଣୀ ଯେ ଆଉ ଏକ ଭଉଣୀର ଇଜ୍ଜତ ସହ ଖେଳିବ ଏପରି ଘଟଣା ହୁଏତ ବିରଳ ହୋଇପାରେ । ହଁ ଏମିତି ହିଁ ଏକ ଘଟଣା ଘଟିଛି ମୁମ୍ବାଇର ଅଗ୍ରିପଡାଠାରେ । ଏଠାରେ ଜଣେ ୨୫ ବର୍ଷୀୟ ଭଉଣୀ ତା ନିଜ ସାନ ଭଉଣୀର ନଗ୍ନ ଭିଡିଓ କରି କରି ନିଜ ବୟ ଫ୍ରେଣ୍ଡ ବା ପୁରୁଷ ବନ୍ଧୁ ପାଖକୁ ପଠାଇଥିଲେ ।

ଏହି କଥା ଜାଣିବା ପରେ ୨୦ ବର୍ଷୀୟ ସାନ ଭଉଣୀ ଜଣକ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପରେ ପୋଲିସ ଏଫଆଇଆର ଦାୟର କରିବା ପରେ ବଡ ଭଉଣୀକୁ ଗିରଫ କରିଛି । ପୋଲିସ ମୁତାବକ ସାନ ଭଉଣୀ ତରଫରୁ ଅଭିଯୋଗ ହେବା ପରେ ଗୁରୁବାର ଦିନ ଘଟଣାଟି ସାମ୍ନାକୁ ଆସିଥିଲା । ପ୍ରକୃତରେ ଘଟଣାଟି ଘଟିଥିଲା ଏହିପରି । ଆରୋପି ବଡ ଭଉଣୀ ନିଜ ବିବାହିତ ପୁରୁଷ ବନ୍ଧୁଙ୍କ ଅନୁରୋଧ କ୍ରମେ ନିଜ ଭଉଣୀ ଗାଧଉଥିବା ସମୟର ଭିଡିଓ କରି ପଠାଇଥିଲେ । ପରେ ସେହି ବନ୍ଧୁ ଜଣକ ସେ ନଗ୍ନ ଭିଡିଓକୁ ପୀଡିତାର ପରିବାର ଲୋକଙ୍କ ପାଖକୁ ପଠାଇଥିଲେ । ଆରୋପି ଙ୍କର ବୟାନ ଅନୁଯାୟୀ ଭଉଣୀର ଏହି ନଗ୍ନ ଫଟୋ ବଦଳରେ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇଥିଲେ ।

ଏହା ସହ ପଢନ୍ତୁ: ଜେଲରେ ଗ୍ୟାଙ୍ଗଷ୍ଟର କଲେ ବିବାହ, କଡା ସୁରକ୍ଷା ବଳୟ ଭିତରେ ଆସିଲେ କନ୍ୟା

ଆହୁରି ମଧ୍ୟ ସେ କହିଛନ୍ତି ନିଜ ଭଉଣୀ ଠାରୁ ପ୍ରତିଶୋଧ ନେବା ପାଇଁ ସେ ଏପରି କରିଛନ୍ତି । କାରଣ ତାଙ୍କ ଭଉଣୀ ନବରାତ୍ର ସମୟରେ ବୟ ଫ୍ରେଣ୍ଡଙ୍କୁ ଗାଳି ମନ୍ଦ ଦେଇ ଖୁବ ଅପମାନିତ କରିଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ହିଁ ସେ ଏପରି ଏକ ପଦକ୍ଷେପ ନେଇଥିବା କଥା କହିଛନ୍ତି । ଏ ମାମଲାରେ ପୋଲିସର କହିବା ଅନୁଯାୟୀ ଉଭୟ ପୀଡିତାଙ୍କର ବଡ ଭଉଣୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଆଇପିସି ଓ ସୂଚନା ଅଧିକାରୀ ଆକ୍ଟ ଅନୁସାରେ ବିଭିନ୍ନ କେଶ ମାନ ଦାୟର କରାଯାଇଛି । ପରେ ସେମାନଙ୍କୁ ଗିରଫ କରାଯାଇ ପୋଲିସ ହାଜତକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.