ଟ୍ୱିନ ସିଟି ବାସିନ୍ଦାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି : ଆଜି ମେଟ୍ରୋ ଟ୍ରେନ୍ ପାଇଁ ତ୍ରିଶୁଳିଆରେ କରିବେ ଶିଳାନ୍ୟାସ

ଟ୍ୱିନ ସିଟି ବାସିନ୍ଦାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଗିଫ୍ଟ । ସ୍ବପ୍ନର ପ୍ରକଳ୍ପ ମେଟ୍ରୋ ଟ୍ରେନ୍ ପାଇଁ ଆଜି ଶୁଭ ପଡ଼ିବ । ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପ ପାଇଁ ଆଜି ତ୍ରିଶୂଳିଆ ରତାଗଡ଼ ଲେଙ୍କାସାହିଠାରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କଟକ / ଭୁବନେଶ୍ୱର (କେନ୍ୟୁଜ): ଟ୍ୱିନ ସିଟି ବାସିନ୍ଦାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଗିଫ୍ଟ । ସ୍ବପ୍ନର ପ୍ରକଳ୍ପ ମେଟ୍ରୋ ଟ୍ରେନ୍ ପାଇଁ ଆଜି ଶୁଭ ପଡ଼ିବ । ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପ ପାଇଁ ଆଜି ତ୍ରିଶୂଳିଆ ରତାଗଡ଼ ଲେଙ୍କାସାହିଠାରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାପୂର୍ବରୁ ଭୁବନେଶ୍ବର ବିମାନବନ୍ଦରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରୁ ତ୍ରିଶୁଳିଆ ଅଭିମୁଖେ ବିରାଟ ଶୋଭାଯାତ୍ରା ଓ ରୋଡ୍ ସୋରେ ଯିବେ ମୁଖ୍ଯମନ୍ତ୍ରୀ । ରାସ୍ତାରେ ସବୁ ପ୍ରମୁଖ ଛକରେ ତାଙ୍କୁ ସମ୍ବର୍ଦ୍ଧନା ଓ କୃତଜ୍ଞତା ପାଇଁ ହଜାର ହଜାର ଲୋକ ଏକାଠି ହେବେ । ଏପ୍ରିଲ ୧ ଉତ୍କଳ ଦିବସରେ ମେଟ୍ରୋ ଟ୍ରେନ୍ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ନୂଆବର୍ଷରେ ଶୁଭ ଦେବେ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୂଳିଆକୁ ଗଡ଼ିବ ମେଟ୍ରୋ ଟ୍ରେନ। ଏଥିପାଇଁ ଖର୍ଚ୍ଚ ହେବ ୬ ହଜାର ୨୫୫ କୋଟି ଟଙ୍କା । ୪ ବର୍ଷ ଭିତରେ ସରିବ କାମ। ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ଭିତରେ ୨୬ କିଲୋମିଟର ଲମ୍ବର ମେଟ୍ରୋ ରେଲୱେରେ ରହିବ ୨୦ଟି ଷ୍ଟେସନ । ପ୍ରାଥମିକ ପର୍ଯ୍ୟାୟରେ ୩ଟି କୋଚକୁ ନେଇ ମେଟ୍ରୋ ଟ୍ରେନ୍ ଚଳପ୍ରଚଳ କରିବ । ଏହାର ଯାତ୍ରୀ କ୍ଷମତା ରହିବ ୭୬୫ । ଯାତ୍ରୀ ସଂଖ୍ୟା ବୃଦ୍ଧି ହେଲେ କୋଚ୍ ସଂଖ୍ୟା ବଢ଼ାଯିବ । ଘଣ୍ଟାପ୍ରତି ୮୫ କିମି ବେଗରେ ଗଡ଼ିବ ମେଟ୍ରୋ ଟ୍ରେନ୍ । ଅତ୍ୟାଧୁନିକ କୋଚ, ସିଗନାଲିଂ ବ୍ୟବସ୍ଥା ଓ ଅତ୍ୟାଧୁନିକ ଟିକେଟିଂ ବ୍ୟବସ୍ଥା କରାଯିବ । ପ୍ରତି ୧୦ ମିନିଟରେ ଚଳାଚଳ କରିବ ମେଟ୍ରୋ ଟ୍ରେନ୍ । ପରେ କଟକ ନେତାଜୀ ବସ ଟର୍ମିନାଲ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ସମ୍ପ୍ରସାରଣ ପାଇଁ ରହିଛି ଯୋଜନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.