Below header

ଆଜି ମୁଖ୍ୟମନ୍ତ୍ରୀଙ୍କ ଏରିଏଲ୍‌ ସର୍ଭେ: ଅପରାହ୍ନରେ ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ କରିବେ ପରିଦର୍ଶନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କ ଏରିଏଲ୍‌ ସର୍ଭେ। ଅପରାହ୍ନରେ ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ ନବୀନ। ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି ୟସ୍‌। ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ୭ ଦିନ ରିଲିଫ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଳବନ୍ଦୀ ୧୨୮ ଗାଁର ସମସ୍ତ ପରିବାରକୁ ୭ଦିନ ରିଲିଫ୍‌ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆସନ୍ତା ୨୪ ଘଣ୍ଟାରେ ସମସ୍ତ ପ୍ରମୁଖ୍ୟ ରାସ୍ତାଗୁଡ଼ିକରେ ଯୋଗାଯୋଗ ସ୍ୱାଭାବିକ କରାଯିବ । ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ପୁନଃ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ରାସ୍ତା, ବିଜୁଳି, ପାନୀୟ ଜଳ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁମନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.