Below header

ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ହଜାରେ କୋଟି ଟଙ୍କାର ମାନିହାନି ମାମଲା

ନୂଆଦିଲ୍ଲୀ: ପୁଣି ବିବାଦରେ ବାବା ରାମଦେବ। ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ହଜାରେ କୋଟି ଟଙ୍କାର ମାନିହାନି ମାମଲା କରିଛି ଆଇଏମଏ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ଆଧାରରେ ରାମଦେବଙ୍କ ନାଁ ଉତ୍ତରାଖଣ୍ଡ ଆଇଏମଏ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି। ଅନ୍ୟପଟେ ଏହି ମାନହାନି ମାମଲା ପରେ ରାମଦେବଙ୍କ ପୁଣି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ସେ କହୁଛନ୍ତି, କାହା ବାପାର ଦମ ନାହିଁ, ଯିଏ ରାମଦେବଙ୍କୁ ଗିରଫ କରିପାରିବ।

ତେବେ ଏହି ଭିଡିଓଟି କେବେକାର ତାହାର କୌଣସି ସୂଚନା ମିଳିପାରିନାହିଁ। ଏହା ସହ ଆଇଏମଏର ଜାତୀୟ ୟୁନିଟ ଏଲୋପାଥି ବିରୋଧରେ ରାମଦେବଙ୍କ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି। ଏକ ଭିଡିଓରେ ରାମ ଦେବ କହୁଛନ୍ତି, ଟିକାର ଦୁଇଟି ଡୋଜ ନେବା ସତ୍ତ୍ୱେ ୧୦ହଜାର ଡାକ୍ତର ଓ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ସୂଚନା ଭୁଲ ଓ ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଟା ହେବା ଉଚିତ୍‌ ବୋଲି ଆଇଏମଏ ଚିଠିରେ ଉଲ୍ଲେଖ କରିଛି। ପୂର୍ବରୁ ରାମଦେବ ନିଜ ବିବାଦୀୟ ମନ୍ତବ୍ୟକୁ ପ୍ରତ୍ୟାହାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.