ଚେନ୍ନାଇ ସୁପରକିଙ୍ଗସ ଠାରୁ ଖୁବଶୀଘ୍ର ଅଲଗା ହେବେ ଧୋନୀ, ଜାଣନ୍ତୁ କିଏ ଦେଲା ଏପରି ମନ୍ତବ୍ଯ

ଦୁନିଆର ସବୁଠାରୁ ଶ୍ରେଷ୍ଠ ଅଧିନାୟକ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ବେଶ ଜଣାଶୁଣା। କିନ୍ତୁ ଏବେ ବୟସ ବଢୁଥିବା ଯୋଗୁଁ ନିଜର ବୋଲିଂ ଉପରେ ନିୟନ୍ତ୍ରଣ ରଖିପାରୁନାହାନ୍ତି ଧୋନୀ। ଗତ ଦୁଇ ବର୍ଷ ହେଲାଣି ଚେନ୍ନାଇ ସୁପରକିଙ୍ଗସ ପାଇଁ ଖେଳୁଥିବା ବେଳେ ପୂର୍ବାପେକ୍ଷା ଫିଟ୍ ନଥିବା ଜଣାପଡିଛନ୍ତି। ଏହା ମଧ୍ୟରେ ଜଣେ ପୂର୍ବ ଖେଳାଳି ଦାବି କରିଛନ୍ତି କି, ଧୋନୀ ଆଗାମୀ ସମୟରେ ଚେନ୍ନାଇ ପାଇଁ ଆଉ ନ ଖେଳିପାରନ୍ତି।

ଟିମ୍ ଇଣ୍ଡିଆର ପୂର୍ବ ଓପିନିଂ ବ୍ଯାଟ୍ସମ୍ଯାନ ଆକାଶ ଚୋପ୍ରା ଦାବି କରିଛନ୍ତି କି, ଧୋନୀ ଖୁବଶୀଘ୍ର ସିଏସକେ ଠାରୁ ଅଲଗା ହେବେ ବୋଲି ୟୁଟ୍ଯୁବ ଚ୍ଯାନେଲରେ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ସିଏସକେ ଧୋନୀଙ୍କ ଉପରେ ଏତେ ପଇସା କାହିଁକି ଖର୍ଚ୍ଚ କରୁଛି। ଯଦି ଦଳରୁ ଆଗାମୀ ଦିନରେ କୌଣସି ଖେଳାଳିଙ୍କୁ ବାହାର କରିବାକୁ ପଡେ, ତେବେ ଧୋନୀଙ୍କୁ କାହିଁକି କାଢିବନି ବୋଲି ମଧ୍ୟ ସେ କହିଛନ୍ତି।

ସୂଚନାଯୋଗ୍ଯ, ଧୋନୀଙ୍କ ଅଧିନାୟିକତ୍ବରେ ସିଏସକେ ୩ ଥର ଆଇପିଏଲ ଟାଇଟଲ ଜିତିଛି। କିନ୍ତୁ ଗତ ୨ ବର୍ଷ ହେଲାଣି କୌଣସି ଖାସ୍ କମାଲ ଦେଖାଇନାହିଁ ସିଏସକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.