Below header

ତୃତୀୟ ପର୍ଯ୍ୟାୟରେ ହାଇସ୍କୁଲ ରୂପାନ୍ତରଣରେ ଆଉ ୧୦ଟି ସ୍କୁଲ ଲୋକାର୍ପିତ,ହିଞ୍ଜିଳିରେ ୫୦ଟି ସ୍କୁଲ ଲୋକାର୍ପଣ କାର୍ଯ୍ୟ ହେଲା ସମ୍ପୂର୍ଣ୍ଣ

କେନ୍ୟୁଜ୍(ବ୍ୟୁରୋ):  ହାଇସ୍କୁଲ ରୂପାନ୍ତରଣରେ ଆଉ ୧୦ଟି ସ୍କୁଲ ଲୋକାର୍ପିତ । ତୃତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ଏହାକୁ ଲୋକର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ । ସେମାନଙ୍କ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ୱପ୍ନକୁ ସାକାର କରଯାଇ ପାରିବ । ପିଲାଙ୍କ ସଫଳତା ସମାଜର ଗୌରବ, ବିଦ୍ୟାଳୟର ଗୌରବ । ଏଥିପାଇଁଁ ଜୀବନର ଲକ୍ଷ୍ୟ ପୂରଣ ହେବା ଯାଏ ପରିଶ୍ରମ ଜାରି ରଖ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧିନରେ ହାଇସ୍କୁଲକୁ ରୂପାନ୍ତରୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ହିଞ୍ଜିଳିରେ ୫୦ଟି ସ୍କୁଲ ଲୋକାର୍ପଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ । ସ୍ମାର୍ଟ ସ୍କୁଲ ରୂପାନ୍ତରୀକରଣ ପାଇଁ ପ୍ରତି ହାଇସ୍କୁଲକୁ ସିଏସ୍‌ଆର୍‌ ବା କର୍ପୋରେଟ୍‌ ସୋସିଆଲ ରେସପନସିବିଲିଟି ପାଣ୍ଠିରୁ ୧୫ ଲକ୍ଷ ଓ ମୋ ସ୍କୁଲ ପାଣ୍ଠିରୁ ୩୦ଲକ୍ଷ ଲେଖାଏ ଅନୁଦାନ ମଞ୍ଜୁର ହୋଇଥିଲା। ଏହାସହ ପଂଚାୟତ ଓ ବ୍ଲକ ପାଣ୍ଠି ବିନିଯୋଗ ହୋଇଛି। କ୍ଲାସରୁମ ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ କରାଯିବା ସହ ଇ-ଲାଇବ୍ରେରୀ, ଇ-ଲାବୋରେଟାରୀ, ଅତ୍ୟାଧୁନିକ ଟଏଲେଟ୍‌, ପିଇବା ପାଣି ଆଦିର ବ୍ୟବସ୍ଥା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.