Below header

ଗତବର୍ଷ ଭଳି ଏବର୍ଷ ୭୦% ସିଲାବସ୍‌ରେ ପରୀକ୍ଷା ଦେବେ +୨ ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଚଳିତବର୍ଷ +୨ରେ ୩୦% ସିଲାବସ୍‌ କମିବ । ଗତବର୍ଷ ଭଳି ଏବର୍ଷ ୭୦% ସିଲାବସ୍‌ରେ ପରୀକ୍ଷା ଦେବେ +୨ ଛାତ୍ରଛାତ୍ରୀ । ପରୀକ୍ଷା ସିଲାବସକୁ ନେଇ ସିଏଚଏସଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ନିରନ୍ତର ମୂଲ୍ୟାୟନ ପଦ୍ଧତି ଆପଣା ଯାଇଛି ।

ଚଳିତ ଥର ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ନିରନ୍ତର ମୂଲ୍ୟାୟନ ପଦ୍ଧତି ବା ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥା ଲାଗୁ ହେବ । ଏକାଦଶ ଶ୍ରେଣୀରେ ୩ଟି ଇଣ୍ଟରନାଲ ପରୀକ୍ଷା ହେବ ଓ ଗୋଟିଏ ବାର୍ଷିକ ପରୀକ୍ଷା ହେବ । ଏହି ପରୀକ୍ଷାକୁ କଲେଜ ପରିଚାଳନା କରିବ । ସେହିଭଳି ଦ୍ୱିତୀୟ ବର୍ଷ ପାଇଁ ମଧ୍ୟ ୩ଟି ଇଣ୍ଟରନାଲ ପରୀକ୍ଷା ହେବ । ଫାଇନାଲ ପରୀକ୍ଷାକୁ କାଉନସିଲ ପରିଚାଳନା କରିବ । ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.