ଶସ୍ତା ହେବ ଗାଡ଼ି, ଖୁବ ଶୀଘ୍ର କାର କିଣିପାରିବେ ଶସ୍ତାରେ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର କାର୍‌ ହେବ ଶସ୍ତା । ଆପଣଙ୍କ ଗାଡ଼ି କିଣିବାର ସ୍ୱପ୍ନ ହେବ ପୂରଣ । ଏମିତି କିଛି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । କାରଣ ଗାଡ଼ି ଉପରେ ଥିବା ଟ୍ୟାକ୍ସ କମାଇବାକୁ ଯାଉଛନ୍ତି ସରକାର । ଦୀର୍ଘ ଦିନ ଧରି ଗାଡ଼ି କମ୍ପାନୀମାନଙ୍କର ଦାବିକୁ କେନ୍ଦ୍ର ସରକାର ପୁରଣ କରିବାକୁ ଯାଉଛନ୍ତି ବୋଲି ଏକ ସୂଚନା ମିଳିଛି ।

ଦେଶର ରାଜସ୍ୱ ସଚିବ ଏପରି ସୂଚନା ଦେଇଛନ୍ତି । କାର୍‌, ଟ୍ରକ୍‌, ବାଇକ୍‌ ଆଦି ଗାଡ଼ି ଉପରେ ଏବେ ଜିଏସଟି ରେଟ୍‌ ରହିଛି ୨୮ ପ୍ରତିଶତ । ଏଥିରେ ଯେତେବେଳେ ରାଜ୍ୟ ସରକାରଙ୍କର ଅନ୍ୟ ଟ୍ୟାକ୍ସ ଲାଗୁଛି, ଗାଡ଼ିର ଦାମ ଅତ୍ୟଧିକ ବଢ଼ିଯାଉଛି ।

ନିକଟରେ ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ ମାନୁଫାକ୍ଚରରସ୍‌ ଙ୍କ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ର ରାଜସ୍ୱ ସଚିବ ତରୁଣ ବଜାଜ ଯୋଗ ଦେଇ ଟ୍ୟାକ୍ସ ହ୍ରାସ କରିବାର ସୂଚନା ଦେଇଛନ୍ତି ।

ଭାରତ ଏବେ ଚୀନ୍‌ ପରେ ସବୁଠୁ ବଡ଼ ଅଟୋମୋବାଇଲ ବଜାର ଭାବେ ପରିଚିତ ରହିଛି । ତଥାପି ପ୍ରତି ଶହେ ଲୋକଙ୍କ ନିକଟରେ ଗାଡ଼ି ପହଞ୍ଚାଇବାରେ ଭାରତ ଚୀନ ଠାରୁ ପଛରେ ରହିଛି । ତେବେ ଭାରତରେ କମ୍‌ ଗାଡ଼ି ବିକ୍ରି ହେବାର କାରଣ ହୋଇଛି ଟ୍ୟାକ୍ସ ବୋଲି ଗାଡ଼ି କମ୍ପାନିମାନେ କହିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଜିଏସଟି ଉପରେ ଟ୍ୟାକ୍ସ ହ୍ରାସ କରିବାକୁ ଗାଡ଼ି କମ୍ପାନିମାନେ କରିଥିବା ଦାବିକୁ ସରକାର ବିଚାର କରୁଛନ୍ତି । ଏହା ହେଲେ ଖୁବ୍‌ ଶୀଘ୍ର ଶସ୍ତାରେ ଗାଡ଼ି ମିଳିବ ବୋଲି କମ୍ପାନିମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.