Below header

କାବୁଲ ଏୟାରପୋର୍ଟ ନିକଟରେ ବିସ୍ଫୋରଣ: ୧୩ ମୃତ ବଢିପାରେ ମୃତ୍ୟୁ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ):  କାବୁଲ ଏୟାରପୋର୍ଟ ବାହାରେ ଭୟଙ୍କର ସିରିଜ୍‌ ବିସ୍ଫୋରଣ । ମାତ୍ର କୋଡ଼ିଏ ମିନିଟ ବ୍ୟବଧାନରେ ଦୁଇ ଦୁଇଟି ବ୍ଲାଷ୍ଟ । ଥରିଲା ଏୟାରପୋର୍ଟ ବାହାର ପରିସର । ଏଥିରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆହତ ହୋଇଛନ୍ତି ବହୁ ଲୋକ । ତେବେ ନିର୍ଦ୍ଦିଷ୍ଟ ଭାବରେ କେତେ ମୃତାହତ ହୋଇଛନ୍ତି ସ୍ପଷ୍ଟ ହୋଇନି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ । ମୃତାହତଙ୍କ ଭିତରେ ଆମେରିକାର ନାଗରିକ ଥିବା ସୂଚନା ମିଳିଛି । ବହୁ ଶିଶୁ ବି ଅଛନ୍ତି । କାବୁଲ ଏୟାରପୋର୍ଟର ଆବେ ଗେଟ୍‌ ପାଖରେ ବହୁ ଲୋକ ଅପେକ୍ଷା କରିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ପ୍ରଥମ ବିସ୍ଫୋରଣର ୨୦ ମିନିଟ ପରେ ହୋଇଥିଲା ଆଉ ଗୋଟିଏ ବ୍ଲାଷ୍ଟ । ଆତ୍ମଘାତୀ ବିସ୍ଫୋରଣ ଆଶଙ୍କା କରାଯାଉଛି ।

ତେବେ ଆକ୍ରମଣ ପାଇଁ କେହି ଦାୟୀ କରି ନଥିବା ବେଳେ ଏହା ପଛରେ ISIS ଆତଙ୍କବାଦୀଙ୍କ ସଂପୃକ୍ତ ସନ୍ଦେହ କରାଯାଉଛି । କାବୁଲ ଏୟାରପୋର୍ଟ ନିକଟରେ ବିସ୍ଫୋରଣ ପରେ କାବୁଲ ସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ସମୟରେ ଆମେରିକା ନାଗରିକଙ୍କୁ ଏୟାରପୋର୍ଟକୁ ନଯିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.