ଛତିଶଗଡ଼ ହାଇକୋର୍ଟଙ୍କ ରାୟ : ସ୍ୱାମୀ ଯଦି ପତ୍ନୀଙ୍କ ଇଚ୍ଛା ବିରୋଧରେ ଯୋର ଜବରଦସ୍ତ ଯୌନ ସମ୍ପର୍କ ରଖନ୍ତି, ତାହାକୁ ଧର୍ଷଣ କୁହାଯିବନି

ରାୟପୁର : ବୈବାହିକ ଧର୍ଷଣ ପାଇଁ ଭାରତୀୟ ପିଙ୍ଗଳ କୋର୍ଡ (ଇଣ୍ଡିଆନ ପେନାଲ କୋର୍ଡ ବା ଆଇପିସି) ରେ କୌଣସି ଦଫା ନାହିଁ ବୋଲି ଛତିଶଗଡ଼ ହାଇକୋର୍ଟ ଏକ ମାମଲାର ବିଚାର କରି ଏପରି ରାୟ ଶୁଣାଇଛନ୍ତି ।

ଜଷ୍ଟିସ ଏନ୍‌ କେ ଚନ୍ଦ୍ରବଂଶୀ ଆଇପିସି ଦଫା ୩୭୫ ର ବ୍ୟତିକ୍ରମ ୨ର ବିଶ୍ଲେଷଣ କରି କହିଛନ୍ତି ‘‘ ୧୫ ବର୍ଷରୁ ଅଧିକ ବୟସର ପତ୍ନୀଙ୍କ ସହ ସ୍ୱାମୀଙ୍କ ଯୋର ଜବରଦସ୍ତ ଯୌନ ସମ୍ପର୍କକୁ ଧର୍ଷଣ ବୋଲି କୁହାଯିବ ନାହିଁ ’’ ।

ଦିଲ୍ଲୀପ ପାଣ୍ଡେ ଆଣ୍ଡ ଅଦର୍ସ ଓ ଷ୍ଟେଟ ଅଫ୍‌ ଛତିଶଗଡ଼ ସଂକ୍ରାନ୍ତୀୟ ଏକ ମାମଲାର ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଉକ୍ତ ମାମଲାରେ ପତ୍ନୀ ସ୍ୱାମୀଙ୍କ ନାମରେ ଧର୍ଷଣ ଅଭିଯୋଗ ଆଣିଥିଲେ । ସେ ଅଭିଯୋଗ ଆଣିଥିଲେ ଯେ ବିବାହ ପରଦିନ ତାଙ୍କ ସ୍ୱାମୀ ତାଙ୍କ ଇଚ୍ଛା ବିରୋଧରେ ତାଙ୍କ ସହ ଜବରଦସ୍ତ ଯୌନ ସମ୍ପର୍କ ରଖିଥିଲେ ।

ତେଣୁ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରିବାକୁ ସେ କୋର୍ଟରେ ଅପିଲ କରିଥିଲେ । ହେଲେ କୋର୍ଟ ଏହି ମାମଲାର ବିଚାର କରି ସ୍ୱାମୀଙ୍କୁ କ୍ଲିନ ଚିଟ ଦେଇଛନ୍ତି । ପତ୍ନୀଙ୍କ ସହ ଯୋର ଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଅପରାଧ ଭାବେ ବିବେଚନା କରାଯାଇ ପାରିବନି ବୋଲି କୋର୍ଟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.