ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କେନ୍ୟୁଜ୍(ବ୍ୟୁରୋ): ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଗସ୍ତ କରି ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗିର ମେଡିକାଲ କଲେଜର ୬ଟି ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଏହି ୬ଟି ଜିଲ୍ଲାର ପୋଲିସ ଏସପିଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମିଳିବ ।

ଏସବୁ ଜିଲ୍ଲା ହସ୍ପିଟାଲରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ରେଷ୍ଟସେଡ ନିର୍ମାଣ ହେବ । ସମ୍ବଲପୁର ଜିଲ୍ଲା ହସପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହିତ କାଜୁଆଲିଟି ଓ ବହର୍ବିଭାଗ ଚିକିତ୍ସା ବିଲ୍ଟିଂ ନିର୍ମାଣ କରାଯିବ । ଜିଲ୍ଲା ସଦର ମହକୁମା ହସପିଟାଲରେ ମାଆ ଗୃହ ନିର୍ମାଣ ପାଇଁ ନୂତନ ବିଲ୍ଡିଂ ହେବ । ସମ୍ବଲପୁର ଜିଲ୍ଲା ହସପିଟାଲକୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଭିମସାରରେ ଏକ ସାଟେଲାଇଟ ସେଣ୍ଟର ଭାବେ ବିକଶିତ ହେବ । ଦେବଗଡ଼ ଜିଲ୍ଲା ସଦର ମହକୁମା ହସପିଟାଲର ଶଯ୍ୟା ସଂଖ୍ୟା ୬୦ରୁ ୨ଶହକୁ ବୃଦ୍ଧି କରାଯିବ । ଅନୁଗୁଳ ଜିଲ୍ଲା ସଦର ମହକୁମା ହସପିଟାଲର ଶଯ୍ୟା ସଂଖ୍ୟା ୧୯୨ରୁ ୩ଶହକୁ ବଢ଼ାଯିବ ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାର ହସପିଟାଲରେ ବେଡ ସଂଖ୍ୟା ୧୭୫ରୁ ୨ଶହକୁ ବୃଦ୍ଧି ହେବ । ସୋନପୁର ଜିଲ୍ଲା ସଦର ମହକୁମା ହସପିଟାଲରେ ୨ଶହ ବେଡ ବିଶିଷ୍ଟ ନୂଆ ୭ ମହଲା ବିଲ୍ଡିଂର ନିର୍ମାଣ କାମ ଏକ ମାସ ମଧ୍ୟରେ ଆରମ୍ଭ ହେବ । ବଲାଙ୍ଗୀର ମେଡିକାଲ କଲେଜରେ ଶିକ୍ଷାଦାନ ଓ ହସପିଟାଲ ବିଲ୍‌ଡିଂ ନିର୍ମାଣ ୨୪ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.