ହାଇଦରାବାଦ ଏନକାଉଣ୍ଟର ସହ ଜଡିତ ସମସ୍ତ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରିବ କର୍ଣ୍ଣି ସେନା

ହରିୟାଣା ବିଜେପି ପ୍ରଦେଶ ପ୍ରବକ୍ତା ତଥା କର୍ଣ୍ଣି ସେନା ପ୍ରମୁଖ ସୁରଜ ପାଲ ଅମ୍ମୁ ହାଇଦରାବାଦ ଏନ୍କାଉଣ୍ଟର ନେଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତିକି ମାନବଅଧିକାର କର୍ମୀ ମାନେ ନିଜ ହରତାଳ ବନ୍ଦ କରନ୍ତୁ । ନଚେତ ଆମ ସେନା ତାଙ୍କ କଥା ବୁଝିବ । ସେ ଏହା ମଧ୍ୟ କହିଛନ୍ତି କି ବାସ୍ତବରେ ହାଇଦରାବାଦ ପୋଲିସ ୧୨୫ ଲୋଟି ଭାରତୀୟଙ୍କ ହୃଦୟର କଥା ଶୁଣିଛନ୍ତି । ଏହି ଗାଙ୍ଗରେପ ସହ ଜଡିତ ଅଭିଯୁକ୍ତ ମାନଙ୍କୁ ଏନ୍କାଉଣ୍ଟର ମାଧ୍ୟମରେ ଉଚିତ ଶାସ୍ତି ଦିଆଯାଇଛି । ଏଥି ନେଇ କର୍ଣ୍ଣି ସେନା ହାଇଦରାବାଦ ପୋଲିସକୁ ସାମୁହିକ ଭାବେ ସଲାମ କରୁଛି । ଆଗକୁ ଦେଶର ସବୁ ପୋଲିସ କର୍ମୀ ଏହି ପରି ପଦକ୍ଷେପ ନେବା ଉଚିତ । ଏହା ସହ ଏନ୍କକାଉଣ୍ଟର ସହ ଜଡିତ ସହ ଜଡିତ ଥିବା ପୋଲିସ କର୍ମୀ ମାନଙ୍କୁ ସମ୍ମାନିତ କରାଯିବ ବୋଲି କର୍ଣ୍ଣି ସେନା ମୁଖ୍ୟ ତରଫରୁ ପ୍ରକାଶ କରିଛନ୍ତି । ଏମିତି ଘୁର୍ଣ୍ୟ ମାନସିକତା ଧରି ଅପରାଧୀ ମାନଙ୍କୁ ପୋଲିସ ଏମିତି ହିଁ ଶାସ୍ତି ଦେବା ଉଚିତ ବୋଲି ସେ କହିଛନ୍ତି । ସର୍ବଦା ପୋଲିସକୁ ଦୋଷ ଦେଉଥିବା ଜନତା କାଲିର ଘଟଣା ପରେ ତାଙ୍କ ଉପରେ ପୁଷ୍ପ ବର୍ଷା କରିବାକୁ ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.