Below header

ପ୍ରଧାନ ବିଚାରପତିଙ୍କ ଜଷ୍ଟିସ ବୋବଡେଙ୍କ ବଡ ବୟାନ, ପ୍ରତିଶୋଧ ପରାୟଣ ହୋଇ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ନ୍ୟାୟ ନୁହେଁ

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନ ବିଚାରପତିଙ୍କ ଜଷ୍ଟିସ ବୋବଡେଙ୍କ ବଡ ବୟାନ । ପ୍ରତିଶୋଧ ପରାୟଣ ହୋଇ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ନ୍ୟାୟ ନୁହେଁ । ହାଇଦ୍ରାବାଦ ଏନକାଉଣ୍ଟର ଘଟଣାରେ ପ୍ରଧାନବିଜଚାରପତି ରଖିଛନ୍ତି ମତ । ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଏସ ଏ ବୋବଡେ । ପ୍ରତିଶୋଧ ପରାୟଣ ଭାବନାର ସହ ନ୍ୟାୟ ମଳେନାହିଁ । ନିଜର ଦକ୍ଷତା ପ୍ରତି ପ୍ରଶ୍ନ ଉଠିବ ବୋଲି ସେ କହିଛନ୍ତି । ନ୍ୟାୟରେ ତରବରିଆ ଭାବେ କୌଶସି ପଦକ୍ଷେପ ନେବା ଠିକ୍‌ ନୁହେଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଗତକାଲି ଏନକାଉଣ୍ଟରରେ ଦିଶା ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଥିଲା ହାଇଦ୍ରାବାଦ ପୋଲିସ । ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଆଜି ମୁହଁ ଖୋଲିଛନ୍ତି ସୁପ୍ରମିକୋର୍ଟର ପ୍ରଧାନ ବିଚାରପତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.