ଘରେ ବସି ଖେଳ ଦେଖିଲେ, ବିଜୟୀ ଭାରତୀୟ ଦଳକୁ ବଧାଇ ଜଣାଇଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ଅଲିମ୍ପିକ୍ସରେ ଭାରତର କ୍ୱାର୍ଟର ଫାଇନାଲ୍‌ ମୁକାବିଲା ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘରେ ବସି ଟିଭି ପରଦାରେ ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷ ମ୍ୟାଚ୍‌ ଦେଖିବା ସହ ଖେଳାଳିଙ୍କୁ ଚିଅର୍‌ ଅପ୍‌ କରିଥିଲେ । ଏତିକିବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌ । ଭାରତ ୩-୧ରେ ମ୍ୟାଚ୍‌ ଜିତିବା ପରେ ଖୁସି ପ୍ରକାଶ କରି ତାଳି ମାରିଥିଲେ ମୁଖ୍ୟମନ୍ତ୍ରୀ । ଅଲିମ୍ପିକ୍ସ ସେମି ଫାଇନାଲକୁ ଉନ୍ନୀତ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଆଗାମୀ ସେମି ଫାଇନାଲ୍‌ ଓ ଫାଇନାଲରେ ବିଜୟ ଧାରା ଜାରି ରଖିବ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

naveen2

ବର୍ତ୍ତମାନ ଭାରତୀୟ ହକି ଦଳ ସହ ଓଡ଼ିଶା ଜଡିତ ରହିଛି । ୨୦୧୮ରୁ ଓଡ଼ିଶା ଭାରତୀୟ ସିନିୟର ଓ ଜୁନିୟର ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ଅଛି । ଦେଶରେ କୌଣସି କ୍ରୀଡ଼ାକୁ ପ୍ରାୟୋଜିତ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ହକି ପ୍ରତି ଓଡ଼ିଶାର ଅବଦାନ ରହିଥିବା ବେଳେ ରାଜ୍ୟର ବହୁ ଖେଳାଳି ଜାତୀୟ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି । ଏବେ ଭାରତୀୟ ଟିମ୍‌ରେ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଖେଳୁଛନ୍ତି । ବୀରେନ୍ଦ୍ର ଲାକ୍ରା ପୁରୁଷ ଟିମର ଉପଅଧିନାୟକ ଥିବା ବେଳେ ଦୀପଗ୍ରେସ ଏକ୍କା ମହିଳା ଟିମର ଅଧିନାୟିକା ଅଛନ୍ତି । ଯଦି ଭାରତୀୟ ଦଳ ପଦକ ଜିତେ ତେବେ କେବଳ ଦେଶ ନୁହଁ ଓଡ଼ିଶା ପାଇଁ ଗୌରବ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.