Below header

ଚାକିରି ହେଉ ବା ବ୍ୟବସାୟରେ ସଫଳତା ଚାହୁଁଥିଲେ, ଚାଣକ୍ୟଙ୍କ ଏହି କଥାକୁ କାମରେ ଲଗାନ୍ତୁ

ଚାଣକ୍ୟ ଥିଲେ ଜଣେ ଶ୍ରେଷ୍ଠ ନୀତିଜ୍ଞ ଓ ଦୂରଦର୍ଶୀ ବ୍ୟକ୍ତିତ୍ୱ ସହ ସଫଳ କୁଟନୀତିଜ୍ଞ । ତାଙ୍କର ନୀତି ଜୀବନରେ ସଫଳତା ପ୍ରାପ୍ତ କରିବା ପାଇଁ ପ୍ରେରିତ କରିଥାଏ । ଆଚାର୍ଯ୍ୟ ଚାଣକ୍ୟ ନୀତିଶାସ୍ତ୍ର ନାମକ ଗ୍ରନ୍ଥ ଲେଖିଛନ୍ତି। ଏଥିରେ ଉନ୍ନତି, ଧନ, ବିବାହ, ବ୍ୟାପାର ସମେତ ଜୀବନର କେତେକ ସମସ୍ୟାର ସମାଧାନ ସୂତ୍ର ବର୍ଣ୍ଣନା କରାଯାଇଛି।

ଚାଣକ୍ୟଙ୍କ ନୀତିବାଣୀ ପାଳନ କରୁଥିବା ଲୋକ ଜୀବନରେ ଅନେକ ସଫଳତା ହାସଲ କରିଥାଏ। ଲକ୍ଷ୍ୟ ପ୍ରାପ୍ତ ପାଇଁ ଚାଣକ୍ୟ କିଛି ଏମିତି କଥା କହିଛନ୍ତି ଯାହାକୁ ପାଳନ କଲେ ଆମେ ଜୀବନରେ ସଫଳତା ପାଇପାରିବା । ଆଜି ଆସନ୍ତୁ ଜାଣିବା ଜୀବନରେ ସଫଳତାପାଇଁ କ’ଣ କରିବା ଉଚିତ୍‌ ।

କଠୋର ପରିଶ୍ରମ :

ଚାଣକ୍ୟଙ୍କ ଅନୁଯାୟୀ, କଠୋର ପରିଶ୍ରମ ବିନା ସଫଳତା ପ୍ରାପ୍ତ ହୋଇନଥାଏ । ଯେଉଁ ଲୋକ ପରିଶ୍ରମର ବିକଳ୍ପ ଖୋଜି ବ୍ୟର୍ଥରେ ସମୟ ଅତିବାହିତ କରିଥାନ୍ତି । ସଫଳତା ସେମାନଙ୍କ ଠାରୁ ଦୂରରେ ରହିଥାଏ । ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ ଲକ୍ଷ୍ମୀ ସର୍ବଦା ସହାୟତା ହୁଅନ୍ତି ।

ସଂସାଧନ :

ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ନିଜର ନିକଟରେ ଥିବା ସଂସାଧନ ପ୍ରୟୋଗରେ ନିଜର ସଫଳତା ପାଇଁ ଚେଷ୍ଟା କରିଥାନ୍ତି । ସେମାନଙ୍କୁ କେବେ ନିରାଶ ହେବାକୁ ପଡେନାହିଁ । ଏମିତି ଲୋକ ଜୀବନରେ ବଡ଼ ସଫଳତା ପ୍ରାପ୍ତ କରିଥାଏ । ସଫଳତା ପାଇଁ ସବୁଠୁ ବଡ଼ କଥା ହେଲା ଏକାଗ୍ରତା ଓ ସମର୍ପଣ ଭାବ । ଏହି ଦୁଇଟି ନଥିଲେ ଯେତେ ସଂସାଧନ ଥିଲେ ବି ବ୍ୟକ୍ତି ସଫଳ ହୋଇନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.