ରଗବୀର ପ୍ରଚାର ଓ ପ୍ରସାର ପାଇଁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ରଗବୀ ଖେଳାଳି ରାହୁଲ ବୋଷ, ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ କଲେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ): ରଗବୀର ପ୍ରଚାର ଓ ପ୍ରସାର ପାଇଁ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ରଗବୀ ଖେଳାଳି ରାହୁଲ ବୋଷ । ଏନେଇ ସେ କିଟ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ ଆଲୋଚନା କରିଛନ୍ତି। କିଟ ଭାରତୀୟ ରଗବୀ ଦଳର ଅସୋସିଏନ ପ୍ରାୟୋଜକ। କିଟରେ ୧୫ ଅଗଷ୍ଟରୁ ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। କିଟର ସ୍ୱିମିଙ୍ଗ ପୁଲ, ଜିମ, ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ଦେଖିଥିଲେ ରାହୁଲ।

rugby2

କିଟରେ ରଗବୀ ପାଇଁ ରହିଥିବା ଭିତ୍ତିଭୂମିକୁ ସେ ପ୍ରଶଂସା କରିଛନ୍ତି । ଓଡ଼ିଶାରେ ଭଲ ରଗବି ଖେଳାଳି ଅଛନ୍ତି । ଆଗାମୀ ଦିନରେ ଅନେକ ରଗବୀ ଖେଳାଳି ବାହାରିବେ ବୋଲି ସେ କହିଛନ୍ତି। ଆଲୋଚନା ସମୟରେ କିଟର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.