ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ପହଞ୍ଚି ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପୁଷ୍ପ ଗୁଚ୍ଛ ଦେଇ ଜଣାଇଲେ ଶ୍ରଦ୍ଧାଞ୍ଜଳି

କେନ୍ୟୁଜ (ବ୍ୟୁରୋ) : ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ଶେଷ ଦର୍ଶନ କରିବା ସହ ମର ଶରୀରରେ  ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଘର ଭିତରକୁ ଯାଇ ମୁଖ୍ୟ ମନ୍ତ୍ରୀ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ ।

ପରେ ରାଜ୍ୟପାଳ ମଧ୍ୟ ପହଞ୍ଚି ମନ୍ତ୍ରୀଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗତକାଲି ମନ୍ତ୍ରୀଙ୍କ ପୋଷ୍ଟମର୍ଟମ ପରେ ଦଳୀୟ ନେତା ଓ ସମର୍ଥକଙ୍କ ଶେଷ ଦର୍ଶନ ପାଇଁ ମନ୍ତ୍ରୀଙ୍କ ବାସଭବନକୁ ମନ୍ତ୍ରୀଙ୍କ ମର ଶରୀର ଯାଇଥିଲା । ଆଜି ସେଠାରେ ବହୁ ନେତା ଓ ଦଳୀୟ କର୍ମୀ ପହଞ୍ଚି ମନ୍ତ୍ରୀଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.