Below header

ଏଣିକି ବଦଳାଇ ପାରିବେ କଏନ ସହ ଚିରାଫଟା ନୋଟ୍, ଡିସେମ୍ବରରୁ ଆରମ୍ଭ ହେଉଛି ଏକ୍ସଚେଞ୍ଜ କାର୍ଯ୍ୟକ୍ରମ

ଖୁବଶୀଘ୍ର ରାଜ୍ୟର ୩୧୪ ବ୍ଲକରେ କଏନ ଏକ୍ସଚେଞ୍ଜ ମେଳା। ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ତିନି ମାସ ମଧ୍ୟରେ ସରିବ। ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବଦଳାଇପାରିବେ । ଏନେଇ ସୁଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ।

(କେନ୍ୟୁଜ): ଖୁବଶୀଘ୍ର ରାଜ୍ୟର ୩୧୪ ବ୍ଲକରେ କଏନ ଏକ୍ସଚେଞ୍ଜ ମେଳା। ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ତିନି ମାସ ମଧ୍ୟରେ ସରିବ। ୩ ମାସ ମଧ୍ୟରେ ସବୁ ବ୍ଲକ ଓ ବଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ । ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବଦଳାଇପାରିବେ । ଏନେଇ ସୁଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି ।

ଏବେ ପ୍ରଚଳନ ଥିବା ୫୦ ପଇସା ଠାରୁ ଆରମ୍ଭ କରି ୨୦ ଟଙ୍କିଆ କଏନ ଯାଏଁ ସବୁ ଚାଲୁଛି । ଏନେଇ ଅଧିକ ସଚେତନତା ହେବା ଦରକାର । କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ଆରବିଆଇର ଆଂଚଳିକ ନିର୍ଦ୍ଦେଶକ । ବ୍ୟାଙ୍କରେ ମଧ୍ୟ ଲୋକମାନେ ସେମାନଙ୍କ ପାଖରେ ଥିବା କଏନ ଜମା କରିପାରିବେ । ବ୍ୟାଙ୍କ କଏନ ନେବାକୁ ମନା କରିପାରିବ ନାହିଁ । କୌଣସି ବ୍ୟାଙ୍କ ମନା କଲେ ଆରବିଆଇ ବ୍ୟାଙ୍କିଂ ଅମ୍ବୁଡ୍ସମ୍ୟାନରେ ଅଭିଯୋଗ କରିପାରିବେ ଗ୍ରାହକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.