ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ଯୋଗ, ଜାଣନ୍ତୁ କରିବା ସମୟରେ କେଉଁ କଥାର ରଖିବେ ଧ୍ୟାନ

ଯୋଗ ଭୁଲ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତିକାରକ ହୋଇଥାଏ ବୋଲି ପ୍ରମାଣିତ ହୋଇଛି । ତେଣୁ ଯୋଗ କରିବା ସମୟରେ ଏହାର କିଛି ସଠିକ୍‌ ନିୟମ ବିଷୟରେ ଜାଣିବା ଉଚିତ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଯୋଗ କରିବା ସମୟରେ କେଉଁ କେଉଁ ସତର୍କତା ବିଷୟରେ ଧ୍ୟାନ ରଖିବା ଉଚିତ ତାହା ଜଣାଇବୁ ।

ଯୋଗ ସ୍ୱାସ୍ଥ୍ୟା ପାଇଁ ସର୍ବଦା ଭଲ ଏବଂ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ସହ ଯୋଗ କରିବା ଦ୍ୱାରା କେବଳ ଶାରୀରିକ ଉନ୍ନତି ହୁଏ ନାହିଁ ବରଂ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ୍‌ ରିହିଥାଏ । ସେଥିପାଇଁ ଯୋଗକୁ ସମଗ୍ର ବିଶ୍ୱରେ ଲୋକପ୍ରିୟତା ମିଳିଥାଏ । ତେବେ ଯଦି ଆପଣ ଯୋଗ କରନ୍ତି ତାହେଲେ ଏହା ଭଲ କଥା, କିନ୍ତୁ ଯୋଗ କରିବାର କିଛି ବିଶେଷ ନିୟମ ରହିଛି, ଯାହାକୁ ଫଲୋ କରିବା ଜରୁରୀ ହୋଇଥାଏ । ସୂଚନା ମୁତାବକ, ଯୋଗ ଭୁଲ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତିକାରକ ହୋଇଥାଏ ବୋଲି ପ୍ରମାଣିତ ହୋଇଛି । ତେଣୁ ଯୋଗ କରିବା ସମୟରେ ଏହାର କିଛି ସଠିକ୍‌ ନିୟମ ବିଷୟରେ ଜାଣିବା ଉଚିତ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଯୋଗ କରିବା ସମୟରେ କେଉଁ କେଉଁ ସତର୍କତା ବିଷୟରେ ଧ୍ୟାନ ରଖିବା ଉଚିତ ତାହା ଜଣାଇବୁ ।

ଯୋଗ କରିବା ସମୟରେ ଏହି ସବୁ କଥାର ବିଶେଷ ଧ୍ୟାନ ରଖନ୍ତୁ :

ଯୋଗ କେଉଁ ସମୟରେ କରୁଛନ୍ତି ତାହା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଯୋଗ କରିବାର ଉପଯୁକ୍ତ ସମୟ ସକାଳ ହୋଇଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ ଯୋଗ ଅପରାହ୍ନା କିମ୍ବା ରାତିରେ କରନ୍ତି, ହେଲେ ଏହା ଯୋଗ କରିବାର ଭୁଲ ସମୟ ହୋଇଥାଏ । ବାସ୍ତବରେ କୁହାଯାଏ ଯେ ସକାଳ ସମୟ ଶରୀର ଆରମଦାୟକ ହୋଇଥାଏ ଏବଂ ସେହି ସମୟରେ ପେଟ ମଧ୍ୟ ହାଲୁକା ଥାଏ । ତେଣୁ ସକାଳେ ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ଠିକ୍‌ ହୋଇଥାଏ ।

କିଛି ଲୋକ ଅଛନ୍ତି ଯୋଗ କରିବା ସମୟରେ ପାଣି ପିଇଥାନ୍ତି, ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ଠିକ୍‌ ନୁହେଁ । ସେଥିପାଇଁ ଯୋଗ କରିବାର ୧୫ ମିନିଟି ପରେ ପାଣି ପିଇବା ଉଚିତ । ବାସ୍ତବରେ ଯୋଗ କରିବା ସମୟରେ ଶରୀରରେ ଉତ୍ତାପ ସ୍ତର ବଢିଯାଇଥାଏ, ସେଥିପାଇଁ ଏହି ସମୟରେ ପାଣି ପିଇବା ଦ୍ୱାରା ଉତ୍ତାପ ସ୍ତର କମି ଯାଏ ଏବଂ ଶରୀରକୁ କ୍ଷିତି କରାଇଥାଏ । ଏଥିପାଇଁ ଯୋଗ କରିବା ସମୟରେ ପାଣି ପିଇବା ଉଚିତ ନୁହେଁ ।

ଯୋଗ କରିବାର ପ୍ରଭାବ ଶରୀରରେ କିଛି ଦିନ ରିହିଥାଏ, ସେଥିପାଇଁ ଏହାକୁ ନେଇ ଚିନ୍ତା ନକରି ଯୋଗୁ କରିବା ଜାରି ରଖିବା ଉଚିତ । ବାରମ୍ବାର ଯୋଗ କରିବା ଦ୍ୱାରା ଏହି ପ୍ରଭାବ କିଛି ଦିନ ମଧ୍ୟରେ କମି ଯାଇଥାଏ ।

ଯୋଗ କରିବା ସମୟରେ ଏହି ସବୁ କଥାର ମଧ୍ୟ ଧ୍ୟାନ ରଖିବା ଜରୁରୀ, ଯେପରି ଯୋଗ କରିବା ସମୟରେ ଆପଣ ସଂପୂର୍ଣ୍ଣ ଧ୍ୟାନ କରିବା ଉଚିତ,ନଚେତ ଆପଣଙ୍କର ମସ୍ତିଷ୍କ ଏବଂ ଏକାଗ୍ରତା ଲାଭ କରିପାରିବେ ନାହିଁ । ଯଦି ଆପଣ ଯୋଗ କରୁଛନ୍ତି, ତାହେଲେ ଏହାକୁ ପୂରା ଚେତନା ଏବଂ ପୂର୍ଣ୍ଣ ହୃଦୟ ଏବଂ ଉତ୍ସାହ ସହିତ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଯୋଗ କରିବାର ବହୁତ ଲାଭ ମିଳିବ ଏବଂ ଆପଣ ସୁସ୍ଥ ମଧ୍ୟ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.