ସାମସଙ୍ଗ ୧୦ ହଜାର ଟଙ୍କାରୁ ବି ଶସ୍ତା ଦାମରେ ଲଞ୍ଚ କଲା ଏହି ଦମଦାର ଫୋନ, ଜାଣନ୍ତୁ ଫିଚର୍ସ

ସାମସଙ୍ଗ ଭାରତରେ ନିଜର ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି ଯାହାର ମୂଲ୍ୟ ୧୦,୦୦୦ ଟଙ୍କାରୁ ବି କମ ରହିଛି । ଫୋନରେ ଏକ ବଡ଼ ଡିସପ୍ଲେ, ଦମଦାର ବ୍ୟାଟେରୀ ଏବଂ ଭଲ କ୍ୟାମେରା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା Samsung Galaxy A05 ର ଦାମ ଏବଂ ଫିଚର ବିଷୟରେ ।

ସାମସଙ୍ଗ ଭାରତରେ ନିଜର ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି ଯାହାର ମୂଲ୍ୟ ୧୦,୦୦୦ ଟଙ୍କାରୁ ବି କମ ରହିଛି । ଏହି ମଡେଲର ନାମ ହେଉଛି Samsung Galaxy A05 । ପୂର୍ବରୁ ଜଣା ପଡ଼ିଥିଲା ସାମସଙ୍ଗ ଏକ କମ୍‌ ଦାମର ଫୋନ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି । ବର୍ତ୍ତମାନ କମ୍ପାନୀ ଏହି ଫୋନକୁ ଅଫିସିଆଲି ଲଞ୍ଚ କରିଛି । ଫୋନରେ ଏକ ବଡ଼ ଡିସପ୍ଲେ, ଦମଦାର ବ୍ୟାଟେରୀ ଏବଂ ଭଲ କ୍ୟାମେରା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା Samsung Galaxy A05 ର ଦାମ ଏବଂ ଫିଚର ବିଷୟରେ ।

Samsung Galaxy A05 ଦୁଇଟି ଭାରିଆଣ୍ଟରେ ମିଳୁଛି । ୪GB + ୬୪GB ଭାରିଆଣ୍ଟର ଦାମ ୯,୯୯୯ ଟଙ୍କା ଥିବାବେଳେ ୬ GB + ୧୨୮ GB ଭାରିଆଣ୍ଟର ଦାମ ୧୨,୪୯୯ ଟଙ୍କା ରହିଛି । ଏହି ଫୋନ ତିନୋଟି କଲର ଯେପରିକି ବ୍ଲାକ୍, ସିଲଭର ଏବଂ ଲାଇଟ ଗ୍ରୀନ୍ କଲରରେ ଲଞ୍ଚ କରାଯାଇଛି । ଏହା ୬.୭-ଇଞ୍ଚର HD + LCD ଡିସପ୍ଲେ ସହିତ ଆସିଥାଏ ଏବଂ ଏହା ୧୬୦୦ x ୭୨୦ ପିକ୍ସେଲର ରିଜୋଲ୍ୟୁସନ ଦେଇଥାଏ । ଏହା ଦୁଇଟି ଭାରିଆଣ୍ଟରେ ଆସିଥାଏ । ଏହି ଫୋନରେ ମାଇକ୍ରୋ SD କାର୍ଡ ଦ୍ୱାରା ଷ୍ଟୋରେଜକୁ ବଢ଼ାଯାଇପାରିବ ।

କ୍ୟାମେରା :
ଏଥିରେ ଏକ ୫୦MPର ପ୍ରାଇମେରୀ କ୍ୟାମେରା ରହିଛି, ଯାହା ଭଲ ଫଟୋ କ୍ୟାପଚର କରିଥାଏ । ଏଥିରେ ଏକ ୨MP ର ଡେପ୍ଥ ସେନସର ରହିଛି ଯାହା ବ୍ୟାକଗ୍ରାଉଣ୍ଡକୁ ବ୍ଲର୍‌ କରିବାରେ ସାହାଯ୍ୟ କରେ । ସେଲଫି ପାଇଁ ଏଥିରେ ୮MP ଫ୍ରଣ୍ଟ କ୍ୟାମେରା ଅଛି ଯାହା ସୁନ୍ଦର ସେଲଫି ନେଇଥାଏ । ଏଥିରେ ୫୦୦୦mAh ବ୍ୟାଟେରୀ ଅଛି । ଏହା ୨୫W ଫାଷ୍ଟ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ । ତେଣୁ ଆପଣ ଏହାକୁ ଶୀଘ୍ର ଚାର୍ଜ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.