ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ, ସାମାନ୍ୟ କଥାକୁ କେନ୍ଦ୍ରକରି ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୁଣି ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ । ସାମାନ୍ୟ କଥାକୁ କେନ୍ଦ୍ରକରି ତିନି ଜଣ ଯୁବକଙ୍କୁ ମଙ୍ଗଳାଘାଟ ନିକଟରେ ଥିବା ଆପାର୍ଟମେଣ୍ଟରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ । ଗୁରୁତର ହୋଇଥିବା ଯୁବକମାନଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପୁରୀ (କେନ୍ୟୁଜ): ପୁଣି ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ । ସାମାନ୍ୟ କଥାକୁ କେନ୍ଦ୍ରକରି ତିନି ଜଣ ଯୁବକଙ୍କୁ ମଙ୍ଗଳାଘାଟ ନିକଟରେ ଥିବା ଆପାର୍ଟମେଣ୍ଟରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ । ଗୁରୁତର ହୋଇଥିବା ଯୁବକମାନଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ପୁରୀ ମଙ୍ଗଳାଘାଟ ସ୍ଥିତ ଏକ ହୋଟେଲରେ ଖାଉଥିଲେ ପ୍ରକାଶ। ଏହି ସମୟରେ ଜଣେ ସ୍ଥାନୀୟ ଯୁବକ ପ୍ରକାଶଙ୍କ ଗୁପ୍ତାଙ୍ଗକୁ ସ୍ପର୍ଶ କରିଥିଲେ । ଏହାକୁ ବିରୋଧ କରିବାରୁ ଯୁବକ ଓ ତାହା ସହଯୋଗୀ ମାନେ ପ୍ରକାଶଙ୍କ ସହ ଝଗଡା କରିଥିଲେ । କିଛି ସମୟ ପରେ ଅଭିନାଶ ଓ ସାଗର ହୋଟେଲରେ ପହଞ୍ଚିଥିଲେ ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ପୂର୍ବ ଘଟଣା ସମ୍ପର୍କରେ ସେମାନଙ୍କୁ ପଚାରିବରୁ ତିନି ଜଣ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ।ଯୁବକମାନେ ତିନି ଜଣଙ୍କୁ ନିକଟସ୍ଥ ଆପାର୍ଟମେଣ୍ଟ ଉଠାଇ ନେଇ ଅଟକ ରଖିବା ସହ ମାରପିଟ କରିଥିଲେ ।ଯାହା ଫଳରେ ତିନି ଜଣ ଯୁବକ ଆହତ ହୋଇଥିଲେ । ବାସେଳୀସାହି ଥାନା ଖବର ପାଇ ତିନି ଜଣଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିର୍ସାଳୟରେ ଭର୍ତ୍ତି କରିଥିଲେ । ସେପଟେ ଆକ୍ରମଣ କରିଥିବା ଗୋଷ୍ଠିର ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.