ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବେ ରାହୁଲ ଦ୍ରାବିଡ, କାର୍ଯ୍ୟକାଳ ବୃଦ୍ଧି କଲା BCCI

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରେ ରହିବେ ରାହୁଲ ଦ୍ରାବିଡ । ତାଙ୍କ କାର୍ଯ୍ୟକାଳରୁ ପୁଣି ବୃଦ୍ଧି କରିଛି ବିସିସିଆଇ । ବିଶ୍ବକପ୍ ପରେ ରାହୁଲଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ତାଙ୍କ ପରେ କିଏ ହେବେ ମୁଖ୍ୟ କୋଚ୍ ସେନେଇ ଲାଗି ରହିଥିଲା ସସପେନ୍ସ ।

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରେ ରହିବେ ରାହୁଲ ଦ୍ରାବିଡ । ତାଙ୍କ କାର୍ଯ୍ୟକାଳରୁ ପୁଣି ବୃଦ୍ଧି କରିଛି ବିସିସିଆଇ । ଫଳରେ ରାହୁଲଙ୍କ ନେଇ ଚାଲିଥିବା ସସପେନ୍ସ ଉପରେ ଯବନିକା ପଡ଼ିଛି । ତାଙ୍କ ସହ ପୁରୁଷ କ୍ରିକେଟ ଟିମର ସପୋର୍ଟ ଷ୍ଟାଫଙ୍କ କାର୍ଯ୍ୟକାଳ ବି ବଢାଇଛି ବିସିସିଆଇ । ବିଶ୍ବକପ୍ ପରେ ରାହୁଲଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ତାଙ୍କ ପରେ କିଏ ହେବେ ମୁଖ୍ୟ କୋଚ୍ ସେନେଇ ଲାଗି ରହିଥିଲା ସସପେନ୍ସ । ବିସିସିଆଇ ଚାହୁଁଥିଲା, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ରାହୁଲ ମୁଖ୍ୟ କୋଚ୍ ଦାୟିତ୍ବ ତୁଲାନ୍ତୁ । ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ ।

ଡିସେମ୍ବର ୧୦ ତାରିଖରୁ ଜାନୁଆରୀ ୭ ତାରିଖ ଯାଏ ଦିନିକିଆ, ଟେଷ୍ଟ ଓ ଟି-ଟ୍ବେଣ୍ଟି ସିରିଜ ଖେଳିବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିଟି ଲେଖାଏ ଟେଷ୍ଟ, ଦିନିକିଆ ଓ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । କାର୍ଯ୍ୟକାଳ ବୃଦ୍ଧି ନେଇ ଗତ ସପ୍ତାହରେ ରାହୁଲଙ୍କ ସହ ଆଲୋଚନା କରିଥିଲେ ବିସିସିଆଇ ସମ୍ପାଦକ ଜୟ ଶାହ । ଦ୍ରାବିଡଙ୍କ ନେତୃତ୍ବରେ ଗତ ଦୁଇ ବର୍ଷରେ ଭାରତ ଟେଷ୍ଟ, ଦିନିକିଆ ଓ ଟି- ଟ୍ବେଣ୍ଟିରେ ଭଲ ପ୍ରଦର୍ଶନ କରିଛି । ତାଙ୍କ କୋଚିିଂରେ ଉଭୟ ଦିନିକିଆ ବିଶ୍ବକପ ସହ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପରେ ରନର୍ସ ଅପ୍ ହୋଇଛି ଭାରତ । ଉଭୟ ଟେଷ୍ଟ ଓ ଦିନିକିଆରେ ନମ୍ବର ୱାନ ଟିମ୍ କରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.