Below header

ରାଜ୍ୟରେ ବଢୁଛି ଶୀତର ପ୍ରକୋପ, ସବୁଠୁ ଥଣ୍ଡା ସହର ସୋନପୁର

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ବଢୁଛି ଶୀତର ପ୍ରକୋପ। ୧୪ଡିଗ୍ରୀ ତଳେ ୧୪ସହର। ସବୁଠୁ ଥଣ୍ଡା ସହର ସୋନପୁରରେ ପାରଦ ୮ଡିଗ୍ରୀ ରେକର୍ଡ କରାଯାଇଛି। ଫୁଲବାଣୀରେ ୯ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯.୫, ଭବାନୀପାଟଣା ୧୦.୫ ଓ ଅନୁଗୁଳରେ ୧୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ୧୦ ଡିଗ୍ରୀ ତଳେ ରହିଛି ୫ ସହରର ତାପମାତ୍ରା। ଶୀତ ସାଙ୍ଗକୁ ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ।

୧୦୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଜିରୋ ରହୁଛି। ଫଳରେ ଯାତାୟତରେ ବାଧା ସୃଷ୍ଟି ହେୁଚି। ଘନ କୁହୁଡି ଯୋଗୁ ୯ ଜିଲ୍ଲାକୁ ୱେଲୋ ୱାର୍ଣ୍ଛିଂ ଜାରି କରାଯାଇଛି। ଜିଲ୍ଲା ଗୁଡିକ ହେଲା ଭଦ୍ରକ, ବାଲେଶ୍ୱର,ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୋନପୁର, ଅନୁଗୁଳ ବୌଦ୍ଧ। ଆଗକୁ ଶୀତ ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.