ଭଦ୍ରକ: ଶୋଇଥିବା ଅବସ୍ଥାରେ ଗଳିପଡିଲା ଘରର କାନ୍ଥ, ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଲେ ସ୍ୱାମୀ , ସ୍ତ୍ରୀ ଓ ପୁଅ

ଚାନ୍ଦବାଲି(କେନ୍ୟୁଜ୍):  ଶୋଇଥିବା ଅବସ୍ଥାରେ ଗଳିପଡିଲା ଘରର କାନ୍ଥ । ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଲେ ସ୍ୱାମୀ , ସ୍ତ୍ରୀ ଓ ପୁଅ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟର  ହରିଜନସାହିରେ ।

ଖବର ମୁତାବକ ହରିଜନସାହିର ଅଶୋକ ମହାଳିକ ଓ ସ୍ତ୍ରୀ ସାବିତ୍ରୀ ମହାଳିକ ନିଜର ପୁଅକୁ ଧରି ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘରର ମାଟି କାନ୍ଥ ଭାଙ୍ଗି ଗଳିପଡିଥିଲା । ପଳରେ ଅଶୋକଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇପଡିଥିଲେ  । ଏବେ ତାଙ୍କୁ ଭଦ୍ରକ ମେଡିକାଲ ନିଆଯାଇ ଚିକିତ୍ସିତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.