Below header

ଅକ୍ଟୋବର ୧୧ରେ ହେବ କଲେଜ ନିର୍ବାଚନ, ୩ରେ ନାମାଙ୍କନ ଦାଖଲ

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌ । ଅକ୍ଟୋବର ୧୧ରେ ହେବ କଲେଜ ନିର୍ବାଚନ । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧ ତାରିଖରେ କଲେଜ ସ୍ତରରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏହାପରେ ୩ ତାରିଖରେ ନାମାଙ୍କନ ଦାଖଲ କରିବେ ଆଶାୟୀ ପ୍ରାର୍ଥୀ । ସେହିଦିନି ନାମାଙ୍କନ ଯାଞ୍ଚ ହେବ । ଅକ୍ଟୋବର ୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ସେହିଦିନି ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଅକ୍ଟୋବର ୧୦ ତାରିଖରେ ହ୍ଵାଇ ଆଇ ଷ୍ଟାଣ୍ଡ ଫର୍‌ ଅନୁଷ୍ଠିତ ହେବ । ୧୧ ତାରିଖରେ ଭୋଟିଂ ପରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ୧୨ ତାରିଖରେ ନବ ନିର୍ବାଚିତ ଛାତ୍ର ନେତାମାନେ ଶପଥ ଗ୍ରହଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.