Below header

ବାରମ୍ବାର ମନା କରିବା ସତ୍ତ୍ବେ ବାଇକ ଧରି ବଜାର ଯାଉଛନ୍ତି ଅଭ୍ୟାସଗତ ଅମାନିଆ, ବାଇକ ଗୁଡିକୁ ସିଜ୍ କରୁଛି କମିଶନରେଟ ପୋଲିସ

କେନ୍ୟୁଜ୍ (ବ୍ୟୁରୋ): ଯେ କୌଣସି କାମରେ ବି ବାହାରକୁ ଯାଉଛନ୍ତି ତେବେ ସାଙ୍ଗରେ ବାଇକ୍ ନେଇ ଯାଆନ୍ତୁ ନାହିଁ। କାରଣ ଆପଣଙ୍କ ବାଇକକୁ ମଧ୍ୟ ସିଜ୍ କରିପାରେ କମିଶନରେଟ ପୋଲିସ।

 

ବାରମ୍ବାର ସଚେତନତା ସତ୍ତ୍ବେ କିଛି ଅଭ୍ୟାସଗତ ଅମାନିଆ ସାଙ୍ଗରେ ବାଇକ ଧରି ବଜାରକୁ ବାହାରୁଛନ୍ତି ତେଣୁ ସେହି ବାଇକ୍ ଗୁଡିକ ସିଜ୍ କରି ଥାନାକୁ ନେଇ ଆସୁଛି  କମିଶନରେଟ ପୋଲିସ।

ଗତକାଲି ଏହିଭଳି ୨୮୬ଟି ବାଇକକୁ ଜବତ କରିଛି  କମିଶନରେଟ ପୋଲିସ। କୋଭିଡ-୧୯ ରୁଲକୁ ଉଲଙ୍ଘନ କରିଥିବାରୁ ଏହି ବାଇକକୁ ସିଜ କରାଯଇଛି ବୋଲି କମିଶନରେଟ  ପୋଲିସ ଟ୍ବିଟ ମାଧ୍ୟମରେ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.