୧୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ନିଜ କବ୍ଜାକୁ ନେଇସାରିଲାଣି କରୋନା, ସ୍ପଷ୍ଟ କଲେ ସରକାର

ସରକାରଙ୍କ କଡ଼ା ଆଇନ ସତ୍ତ୍ୱେ ରାଜ୍ୟରେ ବ୍ୟାପିବାରେ ଲାଗିଛି କରୋନା। ଏବେ ଓଡ଼ିଶାର ୧୮ଟି ଜିଲ୍ଲାରେ କରୋନା ପ୍ରକୋପ ଜାରି ରହିଛି। ସେହିପରି ୧୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ନିଜ କବ୍ଜାକୁ ନେଇଛି ଏହି ମାରାତ୍ମକ ଭାଇରସ। ଗତକାଲି ନୂତନ ଭାବେ ଜଗତସିଂହପୁର ଓ ଆଜି ମୟୂରଭଞ୍ଜରେ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ମୋଟ ୧୮ଟି ଜିଲ୍ଲାରେ କରୋନା ପଜିଟିଭ ବାହାରିଥିବା ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି।

corona

ଅନ୍ୟପଟେ ବର୍ତ୍ତମାନ ସବୁଠୁ ଉଦବେଗଜନକ ସ୍ଥିତି ଯାଜପୁରରେ ରହିଛି। ଯାଜପୁରରେ ସର୍ବାଧିକ ୫୫ ଜଣ ପଜିଟିଭ ମାମଲା ସାମ୍ନାକୁ ଆସିଛି। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା। ଏହିକ୍ରମରେ ତୃତୀୟରେ ବାଲେଶ୍ୱର ଓ ଚତୁର୍ଥରେ ଭଦ୍ରକ ରହିଛି।

ତେବେ ପୂର୍ବରୁ ଗ୍ରୀନ ଜୋନ ଭାବେ ଥିବା ଗଂଜାମରେ ୨୧ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ରେଡ଼ ଜୋନକୁ ପରିବର୍ତ୍ତିତ କରାଯାଇଛି। ସେହିପରି ନୂଆ କେସ ବାହାରିବା ପରେ ଜଗତସିଂହପୁର ଓ ମୟୂରଭଞ୍ଜକୁ ଅରେଞ୍ଜ ଜୋନ ଭାବେ ଘୋଷିତ କରାଯାଇଥିବା କହିଛନ୍ତି ସଚିବ ସଞ୍ଜୟ ସିଂହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.