ପୁଣି ରାଜ୍ୟରେ ୩ କରୋନା ପଜେଟିଭ ଚିହ୍ନଟ, ବାଲେଶ୍ୱରରୁ ୨ ଓ ଜଗତସିଂହପୁରରୁ ୧ ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍ (ବ୍ୟୁରୋ): ପୁଣି ରାଜ୍ୟରେ ୩ କରୋନା ପଜେଟିଭ ଚିହ୍ନଟ। ଓଡିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ହେଲା ୨୦୯।  ବାଲେଶ୍ୱରରୁ ୨ ଆକ୍ରାନ୍ତ, ଜଗତସିଂହପୁରରୁ ଜଣେ ପଜିଟିଭ ଚିହ୍ନଟ  ହୋଇଛନ୍ତି।

ବାଲେଶ୍ବରର ଦୁଇଜଣ ୨୬ ବର୍ଷୀୟ ପୁରୁଷ ଓ ୨୯ ବର୍ଷୀୟ ପୁରୁଷ ସୁରାଟ ଫେରନ୍ତା ଓ ଜଗତସିଂହପୁରର ୭୦ ବର୍ଷୀୟ ପୁରୁଷ ଆକ୍ରାନ୍ତ କଲିକତା ଫେରନ୍ତା  ବୋଲି  ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।

ବର୍ତ୍ତମାନ ସମୁଦାୟ ରାଜ୍ୟରେ ୨୦୯ ଟି ପଜେଟିଭ କେସ ଚିହ୍ନଟ ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.