ଆନ୍ଧ୍ର ପ୍ରଦେଶ ଗ୍ୟାସ୍‌ ଟ୍ରାଜେଡ଼ି : ଜାଣନ୍ତୁ କେତେ ଭୟଙ୍କର ଏହି ଷ୍ଟାଇରିନ୍‌ ଗ୍ୟାସ୍‌, ମଣିଷ ଉପରେ ଏହା କି ପ୍ରଭାବ ପକାଏ

ବିଶାଖାପାଟ୍‌ନମ୍‌ : ଗୋଟିଏ ପକ୍ଷରେ କରୋନା ଭାଇରସ୍‌ ଦେଶରେ ମୃତ୍ୟୁର ବିଭୀଷିକା ସୃଷ୍ଟି କରିଥିବା ବେଳେ ଆନ୍ଧ୍ରପ୍ଦେଶ ବିଶାଖାପାଟ୍‌ନମ୍‌ର ଏକ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ସେଠାରେ ଆତଙ୍କ ସୃଷ୍ଟି କରିଛି । ଏହି ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ ଏପର୍ଯ୍ୟନ୍ତ ୧୧ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।

ହଜାରରୁ ଅଧିକ ଲୋକ ବିଷାକ୍ତ ଗ୍ୟାସ୍‌ର ପ୍ରଭାବରେ ଆସି ରୋଗାଗ୍ରସ୍ତ ହୋଇଛନ୍ତି । ଆଗକୁ ଏହାର ପ୍ରଭାବ କେତେ ଭୟଙ୍କର ହେବ ବା କେତେ ଲୋକଙ୍କର ଏଥିରେ ମୃତ୍ୟୁ ହେବ ତାହା ତ ପରେ ଜଣାପଡ଼ିବ ।

ତେବେ ଆସନ୍ତୁ ଜାଣିବା ଏହି ଗ୍ୟାସ୍‌ କ’ଣ ଓ ଏହାର ଲିକ୍‌ ହେବା ବିଷୟରେ । ଯେଉଁ ଗ୍ୟାସ୍‌ ଲିକ୍‌ ହୋଇଛି ତାହାକୁ ଷ୍ଟେରିନ୍‌ ବା ଏଥ୍‌ନୀଲ୍‌ବେଞ୍ଜିନ୍‌ ମଧ୍ୟ କୁହାଯାଏ । ଏହା ଏକ ଜ୍ଜ୍ୱଳନ କମ୍ପାଉଣ୍ଡ ଅଟେ । ଏହା ଏପରି ଏକ ସିନ୍ଥେଟିକ୍‌ କେମିକାଲ୍‌ ଯାହା ଦେଖବାକୁ ରଙ୍ଗହୀନ ।

gas tragedy-1

ହେଲେ ଏହାକୁ କିଛି ଦିନ ରଖିଲେ ଏହା ହାଲ୍‌କା ହଳଦିଆ ରଙ୍ଗର ରୂପ ନେଇଥାଏ । ଷ୍ଟେରୀନ୍‌ ବହୁତ ଜ୍ଜ୍ୱଳନଶୀଳ ହୋଇଥିବାରୁ ଯେତେବେଳେ ଏହା ଜଳେ ବହୁତ ବିଷାକ୍ତ ଗ୍ୟାସ୍‌ ସୃଷ୍ଟି କରିଥାଏ ।

ସାଧାରଣତଃ ଏହି ଗ୍ୟାସ୍‌ ପଲିଷ୍ଟରିନ୍‌ ପ୍ଲାଷ୍ଟିକ୍‌ ତିଆରି କରିବା ପରେ ବ୍ୟବହୃତ ହୋଇଥାଏ ବୋଲି ଭାଭା କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ ଓ ରିସର୍ଚ୍ଚ ସେଣ୍ଟରର ପୂର୍ବତନ ଡାଇରେ୍‌କ୍ଟର ଡା. ଡି ରଘୁନାଥ ରାଓ ପ୍ରକାଶ କରିଛନ୍ତି ।

ଏହି ଗ୍ୟାସ୍‌ ପ୍ରଭାବରେ ଆସିଥିବା ବ୍ୟକ୍ତିଙ୍କର ସେଣ୍ଟ୍ରାଲ୍‌ ନର୍ଭସ ସିଷ୍ଟମ୍‌ ଖରାପ ହୋଇଯାଇଥାଏ । ଫଳରେ ବ୍ୟକ୍ତି ଶୁଣିବା କ୍ତି ଓ ମାନସିକ ସନ୍ତୁଳନ ହରାଇଥାଏ । ଏହି ଗ୍ୟାସ୍‌ ବାହାର ବାତାବରଣ ସମ୍ପର୍କରେ ଆସିବା ପରେ ଅକ୍ସିଜେନ୍‌ ସହ ସହଜରେ ମିଶିଯାଇଥାଏ ।

gas tragedy

ଯଦ୍ୱାରା ବାୟୁରେ କାର୍ବନ୍‌ ମନୋକ୍ସାଇଡ୍‌ ମାତ୍ରା ବଢ଼ାଇ ଲୋକଙ୍କ ହୃଦୟ ଉପରେ ପ୍ରଭାବ ପକାଇଥାଏ । ଫଳରେ ବ୍ୟକ୍ତି ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାଏ । ବ୍ୟକ୍ତିଟି ଗ୍ୟାସ୍‌ ପ୍ରଭାବିତ ହେବାର ୧୦ ମିନିଟ୍‌ ମଧ୍ୟରେ ମୃତ୍ୟୁ ମୁଖରେ ପଡ଼ିଥାଏ ।

ବିଶାଖାପାଟ୍‌ନମ୍‌ର ଯେଉଁ ସ୍ଥାନରେ ଗ୍ୟାସ୍‌ ଲିକ୍‌ ହୋଇଛି ତା’ର ୩ କିଲୋମିଟର ଅଞ୍ଚଳରେ ଲୋକେ ରାସ୍ତା ଉପରେ ବେହୋସ୍‌ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଭିଡ଼ିଓରେ ଦେଖାଯାଇଥିବା ଏହି ଦୃଶ୍ୟ ଦେଖିଲେ ଯେ କେହି ବିଚଳିତ ହୋଇଯିବା ସ୍ୱାଭାବିକ୍‌ ।

ଏହି ଗ୍ୟାସ୍‌ ସାଉଥ କୋରିଆର କମ୍ପାନୀ ଏଲ୍‌ ଜି ପଲିମର୍ସ ପ୍ଲାଣ୍ଟ୍‌ରୁ ଲିକ୍‌ ହୋଇଛି । ଏହି ପ୍ଲାଣ୍ଟରୁ ନିର୍ମିତ ପ୍ଲାଷ୍ଟିକରୁ ବିଭିନ୍ନ ଖେଳଣା, ଫ୍ୟାନ୍‌ର ବ୍ଲେଡ୍‌, କସ୍‌ମେଟିକ୍‌ ରଖାଯାଉଥିବା କଣ୍ଟେନ୍‌ର ସହ ଅନ୍ୟାନ୍ୟ ଉପକରଣ ତିଆରି ହୋଇଥାଏ ।

gas tragedy.0

ବିଶାଖାପାଟ୍‌ନମ୍‌ର କିଛି ଦୂରରେ ଥିବା ୫-୫ ହଜାର ଟନ୍‌ର ଦୁଇଟି ଟ୍ୟାଙ୍କ୍‌ରୁ ଏହି ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାଯାଇଛି । ମଣିଷ ଉପରେ ଏହା କି ପ୍ରଭାବ ପକାଏ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.