ଦୀପାବଳି ପାଇଁ କମିଶନରେଟ୍‌ ପୋଲିସର ଆଡଭାଇଜରି, ରାତି ୮ଟାରୁ ୧୦ଟା ଯାଏ ଫୁଟାଯିବ ଆତସବାଜୀ

ଭୁବନେଶ୍ବର(କେନ୍ୟୁଜ୍):  ଦୀପାବଳିରେ ଆତସବାଜୀର ବ୍ୟବହାର ସଂକ୍ରାନ୍ତରେ ଆଡଭାଇଜରି ଜାରି କରିଛି କମିଶନରେଟ୍‌ ପୋଲିସ । ରାତି ୮ଟାରୁ ୧୦ଟା ଯାଏ ବାଣ ଫୁଟାଇବା ପାଇଁ ଅନୁମତି ରହିଛି । କେବଳ ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ବାଣ କିଣିବାକୁ କୁହାଯାଇଛି । ୧୨୫ ଡେସିବଲରୁ ଅଧିକ ଶବ୍ଦର ବାଣ ଫୁଟାଇବାକୁ ମନା କରାଯାଇଛି । ରେଶମ ଓ ପଶମ ବସ୍ତ୍ର ପିନ୍ଧି ବାଣ ନ ଫୁଟାଇବାକୁ ପରାମର୍ଶ ରହିଛି । ଚାଇନା ବାଣ ମାଳରେ ଫୁଟାଇବାକୁ ସମ୍ପୂର୍ଣ୍ଣ ନିଷେଧ ହୋଇଛି । ବାଣ ଫୁଟାଇବା ସମୟରେ ଆଶୁ ଚିକିତ୍ସା ବାକ୍ସ ପାଖରେ ରଖିବା, ନିରୀହ ପଶୁଙ୍କ ଉପରେ ଆତସବାଜୀ ପ୍ରୟୋଗ ନକରିବା, ବାଣ ଫୁଟିବା ପରେ ଅବଶେଷକୁ ପାଣିରେ ବୁଡ଼ାଇ ଦେବାକୁ ପରାମର୍ଶ ଦିଆଯାଇଛି । ଜରୁରୀ ପରିସ୍ଥିତିରେ ପୋଲିସ କଣ୍ଟ୍ରୋଲ ରୁମ୍‌ ଓ ଦମକଳ କେନ୍ଦ୍ରକୁ ସହାୟତା ପାଇଁ ଫୋନ୍‌ କରିବା ପାଇଁ ଆଡଭାଇଜରି ଜାରି କରିଛି କମିଶନରେଟ୍‌ ପୋଲିସ

 

Leave A Reply

Your email address will not be published.