ପ୍ରକାଶ ପାଇଲା କଂଗ୍ରେସର ୯ ଲୋକସଭା ପ୍ରାର୍ଥୀ ତାଲିକା
ଲୋକସଭା ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ ।

କେନ୍ୟୁଜ(ବ୍ୟୁରୋ) : ୯ ଲୋକସଭା ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ବାଲେଶ୍ୱରରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା ହୋଇଥିବା ବେଳେ ପୁରୀ –ସୁରଚିତା ମହାନ୍ତି, ଭୁବନେଶ୍ୱର-ୟାସିର ନଓ୍ଵାଜ, କେନ୍ଦ୍ରାପଡ଼ା- ସିଦ୍ଧାର୍ଥ ସ୍ୱରୁପ ଦାସ, ଯାଜପୁର-ଅଂଚଳ ଦାସ, ଭଦ୍ରକ-ଅନନ୍ତ ପ୍ରସାଦ ସେଠୀ, ଜଗତସିଂହପୁର-ରାଜେନ୍ଦ୍ର କୁମାର ସେଠୀ, ଢ଼େଙ୍କାନାଳ-ସସ୍ମିତା ବେହେରା ଓ କେନ୍ଦୁଝର ଲୋକସଭା ଆସନ ପାଇଁ ମୋହନ ହେମ୍ରମ୍ ଙ୍କ ନାମ ଘୋଷଣା କରିଛି କଂଗ୍ରେସ । ପ୍ରକାଶଯୋଗ୍ୟ ଯେ କଂଗ୍ରେସ ପୂର୍ବରୁ ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରଥିଲା । ଏହାକୁ ମିଶାଇ କଂଗ୍ରେସର ୧୭ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ବାକି ରହିଲା କଟକ, ସମ୍ବଲପୁର, ଆସ୍କା ଓ ମୟୂରଭଞ୍ଜ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ।