ଆଜିର ରାଶିଫଳ : ଜାଣନ୍ତୁ ଓଡିଆ ନବବର୍ଷରେ କିପରି କଟିବ ଆପଣଙ୍କ ଦିନ

ଓଡିଆ ନବବର୍ଷର ଆରମ୍ଭ ହେବାକୁ ନେଇ ସମସ୍ତ ଲୋକ ବହୁତ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ରାଶି ଅନୁସାରେ ଏହି ନୂଆ ବର୍ଷ ଆପଣଙ୍କ ପାଇଁ କପରି କଟିବ ।

ମେଷ: ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ମନରେ ନିରାଶାର ଭାବ ରହିବ । ଆଳସ୍ୟ ଅଧିକ ରହିପାରେ । ମିତ୍ରଙ୍କଠାରୁ ସହଯୋଗ ମିଳିବ । ସ୍ୱଭାବରେ ଜିଦିପଣ ରହିପାରେ । ପରିଶ୍ରମ ଅଧିକ ରହିବ । ଧର୍ମ ପ୍ରତି ଶ୍ରଦ୍ଧାଭାବ ରହିବ ।

ବୃଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା ଅଛି । ବାଣୀରେ ମଧୁରତା ରହିବ । ଚାକିରିରେ ପରିବର୍ତ୍ତନ ହୋଇପାରେ । କଠିନ ପରିଶ୍ରମ କରିବେ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ ।

ମିଥୁନ: ସନ୍ତାନଙ୍କଠାରୁ ଖୁସି ଖବର ମିଳିବ । ଆତ୍ମବିଶ୍ୱାସରେ ଅଭାବ ରହିପାରେ । ସନ୍ତାନର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ପାଠପଢ଼ା ପ୍ରତି ରୁଚି ବଢ଼ିବ । ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ । ବ୍ୟବସାୟରେ ବୃଦ୍ଧି ଘଟିବ ।

କର୍କଟ: ପରିବାର ସହିତ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ । ମନରେ ନକାରାତ୍ମକତାର ପ୍ରଭାବ ପଡ଼ିପାରେ । ପରିବାରରେ ସୁଖ, ଶାନ୍ତି ରହିବ । ଅଧ୍ୟୟନରେ ରୁଚି ରହିବ । ଜଣେ ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି ।

ସିଂହ: ମାନସିକ ଶାନ୍ତି ରହିବ । ପରିଶ୍ରମ କରିବେ । ମନ ଅଶାନ୍ତ ରହିବ । ଆଳସ୍ୟ ଅଧିକ ହୋଇପାରେ । ଚାକିରିରେ ପରିବର୍ତ୍ତନର ଯୋଗ ରହିଛି । ଘରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

କନ୍ୟା: ଅଧ୍ୟୟନରେ ରୁଚି ବଢ଼ିବ । ପାରିବାରିକ ଜୀବନ ସୁଖମୟ ରହିବ । ସଙ୍ଗୀତ ପ୍ରତି ରୁଚି ବଢ଼ିପାରେ । ଆଜି ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡ଼ିପାରେ । ମାନ ସମ୍ମାନ ମିଳିବ । ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ ।

ତୁଳା: ଧାର୍ମିକ ସଙ୍ଗୀତ ପ୍ରତି ଆଗ୍ରହୀ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ଆଜି ନିଜ କଥାବାର୍ତ୍ତା ସଂଯମତା ରକ୍ଷା କରନ୍ତୁ । କୌଣସି ସାଙ୍ଗଙ୍କ ସହଯୋଗରୁ ଚାକିରିର ଅବସର ମିଳିପାରେ । ପାରିବାରିକ ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ ।

ବିଛା: ପାରିବାରିକ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇପାରେ । ପରିବାର ସହିତ କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ପରିଶ୍ରମ ଅଧିକ ରହିବ । ମନ ଶାନ୍ତ ରହିବ । ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ । ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ ।

ଧନୁ: ସନ୍ତାନ ସୁଖ ବଢ଼ିବ । କୌଣସି ମିତ୍ରଙ୍କ ସହଯୋଗରୁ ଆୟ ବୃଦ୍ଧି ହେବ । ଆଜି କୌଣସି ରାଜନେତାଙ୍କ ସହ ଭେଟ ହୋଇପାରେ । ସୁସ୍ୱାଦୁ ଖାଦ୍ୟପେୟରେ ରୁଚି ବଢ଼ିପାରେ । ଆୟରେ ବୃଦ୍ଧି ହେବ, ସେପଟେ ଖର୍ଚ୍ଚ ମଧ୍ୟ ବଢ଼ିବ ।

ମକର: ମା’ଙ୍କ ଆଶୀର୍ବାଦ ମିଳିବ । ପଠନ ପ୍ରତି ରୁଚି ବଢ଼ିବ । ସମ୍ମାନ ବୃଦ୍ଧି ହେବ । ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ବୃଦ୍ଧି ହେବ । ଯାତ୍ରା ଲାଭପ୍ରଦ ରହିବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ । ଆୟର ସ୍ଥିତି ସନ୍ତୋଷଜନକ ରହିବ ।

କୁମ୍ଭ: ମନ ଶାନ୍ତ ରହିବ । ଚାକିରିରେ ପଦୋନ୍ନତି ଯୋଗ ରହିଛି । ଆଜି ଯାତ୍ରାରେ ଯିବାକୁ ପଡ଼ିପାରେ । ଆୟରେ ବୃଦ୍ଧି ହେବ । କିନ୍ତୁ ଖର୍ଚ୍ଚ ବଢ଼ିବା ଯୋଗୁ ବି ଚିନ୍ତିତ ରହିବେ । ଆତ୍ମବିଶ୍ୱାସ ଭରପୂର ରହିବ । ସୁସ୍ୱାଦୁ ଖାଦ୍ୟପେୟ ପ୍ରତି ଆଗ୍ରହୀ ହେବେ ।

ମୀନ: ଦାମ୍ପତ୍ୟ ସୁଖ ବଢ଼ିବ । ପାରିବାରିକ ଜୀବନ ସୁଖମୟ ହେବ । ଆଜି ଆପଣଙ୍କୁ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ । ମନ ପ୍ରସନ୍ନ ରହିବ । କିନ୍ତୁ କୌଣସି ଅଜଣା ଭୟକୁ ନେଇ ଚିନ୍ତିତ ହୋଇପାରନ୍ତି । ଆଜି କୌଣସି ସାଙ୍ଗଙ୍କର ସହଯୋଗ ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.