କଲବଲ କରିବ ତାତି, ଆସନ୍ତାକାଲିଠୁ ତିନି ଦିନ ପାଇଁ ହିଟୱେଭ୍ ନେଇ ସତର୍କ ସୂଚନା
କଲବଲ କରିବ ତାତି । ରାଜ୍ୟରେ ବଢୁଛି ତାପମାତ୍ରା । ୧୫ରୁ ପ୍ରଚଣ୍ଡ ହେବ ଗ୍ରୀଷ୍ମ ଲହରି । ଆଗାମୀ ୪ ଦିନରେ ରାଜ୍ୟରେ ଦିନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): କଲବଲ କରିବ ତାତି । ରାଜ୍ୟରେ ବଢୁଛି ତାପମାତ୍ରା । ୧୫ରୁ ପ୍ରଚଣ୍ଡ ହେବ ଗ୍ରୀଷ୍ମ ଲହରି । ଆଗାମୀ ୪ ଦିନରେ ରାଜ୍ୟରେ ଦିନ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ପାର କରିବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
୧୫ରୁ ରାଜ୍ୟରେ ଉଷ୍ଣ ଆଦ୍ର ବାୟୁ ପ୍ରବାହ ଆହୁରି ସକ୍ରିୟ ହେବ। ସୋମବାର, ମଙ୍ଗଳବାର ଓ ବୁଧବାର ୩ ଦିନ ଉପକୂଳ ଓ ଆଭ୍ୟନ୍ତରିଣର ୧୩ ଲେଖାଏଁ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ବୁଧବାର ଠାରୁ ରାଜ୍ୟରେ ଦିନ ତାପମାତ୍ରାରେ ଦୃଷ୍ଟାମ୍ତ ମୂଳକ ଭାବେ ବୃଦ୍ଧି ପାଇବ। ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ ଏପ୍ରିଲ୍ ୧୭ ରୁ ୨୦ ପର୍ଯ୍ୟନ୍ତ ରାଜ୍ୟରେ ତାତି ଅସହ୍ୟ ହେବ। ଏହି ୪ ଦିନ ହିଟ୍ ଓ୍ବେଭ୍ ର ପିକ୍ ସମୟ ଘୋଷଣା ହୋଇଛି। ଉପକୂଳ ଓଡି଼ଶା ସମେତ ଆଭ୍ୟନ୍ତରୀଣ ଓଡି଼ଶାରେ ତାପମାତ୍ରାରେ ଅହେତୁକ ବୃଦ୍ଧି ଘଟିବ।
ଗତକାଲି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ପାରଲାଖେମୁଣ୍ଡି। ସେଠାରେ ଦିନ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ ହୋଇଥିଲା । ୩୭ ଡିଗ୍ରୀ ଉପରେ ରହିଥିଲା ୬ଟି ସହରର ତାତି ।