ଇସ୍ରାଏଲର ପଣ୍ୟବାହୀ ଜାହାଜକୁ ସିଜ୍ କଲା ଇରାନ, ଭିତରେ ଅଛନ୍ତି ୧୭ ଭାରତୀୟ
ବଢ଼ିଲା ଇରାନ-ଇସ୍ରାଏଲ ଉତ୍ତେଜନା । ୟୁଏଇ ଉପକୂଳରେ ଇସ୍ରାଏଲର ଜିଓନିଷ୍ଟ ସହ ସଂପର୍କ ଥିବା ପଣ୍ୟବାହୀ ଜାହାଜକୁ ସିଜ୍ କଲା ଇରାନ ରିଭଲ୍ୟୁସନାରୀ ଗାର୍ଡ ।

ବଢ଼ିଲା ଇରାନ-ଇସ୍ରାଏଲ ଉତ୍ତେଜନା । ୟୁଏଇ ଉପକୂଳରେ ଇସ୍ରାଏଲର ଜିଓନିଷ୍ଟ ସହ ସଂପର୍କ ଥିବା ପଣ୍ୟବାହୀ ଜାହାଜକୁ ସିଜ୍ କଲା ଇରାନ ରିଭଲ୍ୟୁସନାରୀ ଗାର୍ଡ । ଜାହାଜର ନା MCS Aries । ହେଲିକପ୍ଟରରେ ଆସି ଜାହାଜକୁ ସିଜ୍ କରିଥିଲେ ଇରାନ ସେନା । ସିଜ କରିବା ପରେ କାର୍ଗୋକୁ ଇରାନ ଜଳସୀମା ଭିତରକୁ ନେଇ ଯାଇଛନ୍ତି ।
ଜାହଜା ସିଜ୍ କରିବା ପରେ ଏହାର ପରିଣାମ ଭୟଙ୍କର ହେବ ବୋଲି ଇରାନକୁ ଚେତାବନୀ ଶୁଣାଇଛି ଇସ୍ରାଏଲ । ତେବେ ସବୁଠୁ ବଡ଼ କଥା ହେଉଛି ଜାହାଜରେ ଭାରତର ୧୭ ଜଣ କ୍ରୀୟୁ ସଦସ୍ୟ ଅଛନ୍ତି । ଜାହାଜରେ ମୋଟ ୨୫ ଜଣ କ୍ରିୟୁ ଅଛନ୍ତି । ତା ଭିତରେ ଅଛନ୍ତି ଭାରତର ୧୭ ଜଣ । ଏହା ଜଣା ପଡ଼ିବା ପରେ ଇରାନ କର୍ତ୍ତୃପକ୍ଷଙ୍କ ସହ ଯୋଗଯୋଗ କରିଛି ଭାରତ । ଭାରତୀୟଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ତେହେରାନକୁ କହିଛି ନୂଆଦିଲ୍ଲୀ ।
ଭାରତୀୟଙ୍କୁ ତୁରନ୍ତ ମୁକ୍ତ କରିବାକୁ କୁହାଯାଇଛି । ଅନ୍ୟପକ୍ଷରେ ଏହି ଜାହାଜ ସିଜ୍ ହେବା ପରେ ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଦାମାସକସ୍ ଏୟାର ଷ୍ଟ୍ରାଇକ ଜବାବରେ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିବା ଇରାନ୍ ପ୍ରଥମେ ଇସ୍ରାଏଲ ସଂପର୍କରେ ଥିବା ଜାହାଜକୁ ସିଜ୍ କରିଛି ।