ବୌଦ୍ଧ ଓ ଫୁଲବାଣୀରେ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ବୌଦ୍ଧ ଓ ଫୁଲବାଣୀରେ ପହଂଚିବା ପରେ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ବୌଦ୍ଧ/କନ୍ଧମାଳ : ଦିନିକିଆ ବୌଦ୍ଧ ଗସ୍ତରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଆସି ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ପିତା ସ୍ବର୍ଗତ ଗୌରୀ ଶଙ୍କର ଅମାତଙ୍କ ଏକା ଦଶାହ କର୍ମରେ ଯୋଗ ଦେଇଥିଲେ। ସ୍ବର୍ଗତ ଗୌରୀ ଶଙ୍କର ଅମାତଙ୍କ ଫୋଟରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ  ଶୋକସନ୍ତପ୍ତ  ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।

ସେଠାରେ ଯୋଗ ଦେଇଥିବା  ଜିଲ୍ଲାର ବିଭିନ୍ନ ଲୋକଙ୍କ ସହିତ କଥା ଆଲୋଚନା କରିଥିଲେ । ଏହି ଏକାଦଶାହ କାର୍ଯ୍ୟରେ କଣ୍ଟାମାଳ ବିଧାୟକ ମହିଧର ରଣା, ଖଣି ଇସ୍ପପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ସେହିପରି  ଫୁଲବାଣୀରେ ପହଂଚିବା ପରେ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିଜେଡିରୁ କନ୍ଧମାଳ ଲୋକସଭା ଆସନରେ ଦ୍ବିତୀୟ ଥର ପାଇଁ ଡ. ସାମନ୍ତ ପ୍ରାର୍ଥୀ ହୋଇଛନ୍ତି । ଫୁଲବାଣୀରେ ତାଙ୍କୁ ସ୍ଥାନୀୟ ନେତା ଓ କର୍ମୀମାନେ ସ୍ୱାଗତ କରିଥିଲେ । ଡ. ସାମନ୍ତ ଫୁଲବାଣୀ ବିଜେଡି ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ ସମେତ ସମସ୍ତ ନେତା ଓ କର୍ମୀଙ୍କୁ ଭେଟିଛନ୍ତି । ଆଗାମୀ ନିର୍ବାଚନ ନେଇ ରଣନୀତି ସମ୍ପର୍କରେ ଆଲୋଚନା କରିବା ସହ ପ୍ରଚାରକୁ ଜୋରଦାର କରିବା ପାଇଁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.