କେଉଁ ଜୀବ ପାଣି ପିଇଲେ ମୃତ୍ୟୁ ଘଟେ ? ପାଣି ନ ପିଇ ବଞ୍ଚେ ଦୀର୍ଘ ବର୍ଷ

ଅନେକ ଥର ଆମକୁ ଏପରି ପ୍ରଶ୍ନ ପଚରାଯାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରେ । ଏହିପରି ଗୋଟିଏ ପ୍ରଶ୍ନ ହେଉଛି ଦୁନିଆରେ ଏପରି କ କେଉଁ ପ୍ରାଣୀ ଅଛି କି ଯିଏ ପାଣି ପିଇବା ମାତ୍ରେ ତାର ମୃତ୍ୟୁ ଘଟେ ।

ଅନେକ ଥର ଆମକୁ ଏପରି ପ୍ରଶ୍ନ ପଚରାଯାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରେ । ଏହିପରି ଗୋଟିଏ ପ୍ରଶ୍ନ ହେଉଛି ଦୁନିଆରେ ଏପରି କେଉଁ ପ୍ରାଣୀ ଅଛି କି ଯିଏ ପାଣି ପିଇବା ମାତ୍ରେ ତାର ମୃତ୍ୟୁ ଘଟେ । ଯଦି ତୁମେ ଦୁନିଆରେ କିଛି ଜାଣିବା, ବୁଝିବା ପାଇଁ ଚାହୁଁଥାଅ ତୁମେ ଅନେକ ଜିନିଷ ପାଇବ ଯାହା ବିଷୟରେ ଆମେ ଜାଣିନାହୁଁ । ଏତେ ଆଶ୍ଚର୍ଯ୍ୟଜନକ କଥା ରହିଛି ଯାହା ବିଷୟରେ ଆମେ କେବେ ନାଁ ଶୁଣିଛନ୍ତି ନାଁ ଜାଣିଛନ୍ତି ।

ଅନେକ ଥର ଆମେ କିଛି ଘଟଣା ବିଷୟରେ ପଢ଼ିଥାଆନ୍ତି ସୂଚନା ପାଇଥାଆନ୍ତି । କିନ୍ତୁ ଏପରି ସୂଚନାକୁ ଆମେ ମନେ ରଖୁନାହୁଁ । ଏହିପରି ସମାନ ପ୍ରଶ୍ନ ହେଉଛି ଏପରି କେଉଁ ପ୍ରାଣୀ ଅଛି ଯାହା ପାଣି ନ ପିଇ ବଞ୍ଚିପାରିବ ? ଆପଣ ଭାବୁଥିବେ ଜଳ ହିଁ ଜୀବନ । ପାଣି ବିନା କିଏ ବଞ୍ଚିପାରେ ନାଁ ବଞ୍ଚିପାରିବ । କିନ୍ତୁ ଆମେ ଆପଣଙ୍କୁ ଜଣାଉଛୁ ସଂସାରରେ ଏଭଳି ପ୍ରାଣୀ ଅଛି ଯିଏ ପାଣି ନ ପିଇ ବଞ୍ଚିପାରିବ । ସେ ପୁଣି ଦିନେ କି ଦୁଇ ଦିନ ନୁହେଁ ଆଜ୍ଞା ଦୀର୍ଘ ଦିନ ଧରି ବଞ୍ଚିପାରିବ । ଯେଉଁ ପାଣି ପିଇଲେ ଏ ପୃଥିବୀର ଯେକୌଣସି ଜୀବ ନୂଆ ଜୀବନ ପାଇଥାଏ କିନ୍ତୁ ଆଜି ଆମେ ଏଭଳି ଜୀବ ବିଷୟରେ କହିବୁ ଯିଏ ପାଣି ପଇଲେ ଓଲଟି ତାର ମୃତ୍ୟୁ ଘଟିଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ଏକ ପ୍ରଜାତିର ମୂଷା ଅଛନ୍ତି ଯିଏ ପାଣି ପିଇବା ପରେ ତାଙ୍କର ମୃତ୍ୟୁ ଘଟେ । ଏହି ଜୀବ ନିଜ ଜୀବନରେ ଥରେ ପାଣି ପିଏ ନାହିଁ କାରଣ ପାଣି ଏହାର ମୃତ୍ୟୁ ଘଟାଇପାରେ । ଆମେ ପାଣି ବିନା ବଞ୍ଚିବାର କଳ୍ପନା ମଧ୍ୟ କରିପାରିବୁ ନାହିଁ, କିନ୍ତୁ କଙ୍ଗାରୁ ମୂଷା ଜୀବନରେ ଥରେ ହେଲେ ପାଣି ପିଏ ନାହିଁ । ଏହି ପ୍ରଜାତିର ମୂଷା ଉତ୍ତର ଆମେରିକାର ମରୁଭୂମିରେ ଦେଖାଯାଏ ।

କଙ୍ଗାରୁ ମୂଷା ଆମେରିକାର ରେଟ୍‌ ରେଙ୍ଗିସ୍ଥାନରେ ରୁହନ୍ତି । ଯଦିଓ ଏହି ମୂଷା ପାଣି ପିଇ ନଥାଏ, ତଥାପି ତା ଶରୀରରେ ପ୍ରଚୁର ପରିମାଣର ଜଳ ରହିଥାଏ । ଯେଉଁଥିପାଇଁ ଅନ୍ୟ ପ୍ରାଣୀମାନେ ଏହାକୁ ମାରି ଖାଇଥା’ନ୍ତି ଏବଂ ସେମାନଙ୍କର ଶୋଷ ମେଣ୍ଟାଇଥାଆନ୍ତି । ଏହାର ଆଗ ଗୋଡ ଛୋଟ, ମୁଣ୍ଡ ବଡ ଏବଂ ଆଖି ଛୋଟ ।

ସେମାନଙ୍କର ଗଠନ ଏପରି ଯେ ସେମାନେ ଜଳର ଆବଶ୍ୟକତା ଅନୁଭବ କରନ୍ତି ନାହିଁ । ବୈଜ୍ଞାନିକ ମାନଙ୍କର ଏକ ଦଳ ସେମାନଙ୍କ ଉପରେ ଅନୁସନ୍ଧାନ କରିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ଏହି ମୂଷାମାନେ ମଞ୍ଜିରୁ ପ୍ରାପ୍ତ ମେଟାବୋଲିଜଡ୍ ଜଳ ଉପରେ ଆଧାର କରି ବଞ୍ଚନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.