ନବୀନ ନିବାସ ସାମ୍ନାରେ ଓଲିଉଡ ଷ୍ଟାର୍‌ଙ୍କ ଭିଡ଼, ନିର୍ବାଚନରେ ଦେଖିବାକୁ ମିଳିବ କଳାକାରଙ୍କ ବଡ଼ ଝଲକ

ବିଜେଡି ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଜଣାଶୁଣା ଓଲିଉଡ ଷ୍ଟାର । ଡକରା ପାଇ ଆସିଥିଲେ ଜଣାଶୁଣା ଓଲିଉଡ ଷ୍ଟାର, ଟେଲି ଆର୍ଟିଷ୍ଟ, ଷ୍ଟାଣ୍ଡଅପ କମେଡିଆନ ଓ ସିଙ୍ଗର । ୨୪ ନିର୍ବାଚନରେ ଦେଖିବାକୁ ମିଳିବ କଳାକାରଙ୍କ ବଡ଼ ଝଲକ । ଜଲୱା ଦେଖାଇବେ ଏହି ଓଲିଉଡ ଷ୍ଟାର ।

ନବୀନ ନିବାସ ସାମ୍ନାରେ ଓଲିଉଡ ଷ୍ଟାର୍‌ଙ୍କ ଲମ୍ବା ଲାଇନ୍‌ । ଜଣକ ପରେ ଜଣେ ଗାଡ଼ିରୁ ଓହ୍ଲାଉଥାଆନ୍ତି ଆଉ ସିଧା ନବୀନ ନୀବାସ ଆଡ଼କୁ ଧାଉଁ ଥାଆନ୍ତି । ଏ ଦୃଶ୍ୟ କ୍ଷଣକ ପାଇଁ ବିଚଳିତ କରିଥିଲା । କିଛି ବୁଝା ପଡ଼ୁନଥିଲା । ଏହା ପଛର କାରଣ କଣ? କାହିଁକି ନବୀସ ନିବାସ ଆଡ଼କୁ ଧାଇଁଛନ୍ତି ଏହି ଜଣାଶୁଣା ଷ୍ଟାର୍‌ । ତେବେ କୁହାଯାଉଛି କୁଆଡ଼େ ଡକରା ପାଇ ଆସିଥିଲେ ଏହି ଷ୍ଟାର୍‌ ମାନେ । ଆଗକୁ ୨୦୨୪ ନିର୍ବାଚନ ଥିବାବେଳେ ଏହି ସମୟରେ ସିନେ ଷ୍ଟାରଙ୍କର ଏପରି ନବୀନ ନୀବାସ ଧାଇଁବା ପଛରେ କଣ ରହିଛି ଉଦ୍ଦେଶ୍ୟ ଆସନ୍ତୁ ଜାଣିବା…

ବିଜେଡି ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଜଣାଶୁଣା ଓଲିଉଡ ଷ୍ଟାର । ଡକରା ପାଇ ଆସିଥିଲେ ଜଣାଶୁଣା ଓଲିଉଡ ଷ୍ଟାର, ଟେଲି ଆର୍ଟିଷ୍ଟ, ଷ୍ଟାଣ୍ଡଅପ କମେଡିଆନ ଓ ସିଙ୍ଗର । ୨୪ ନିର୍ବାଚନରେ ଦେଖିବାକୁ ମିଳିବ କଳାକାରଙ୍କ ବଡ଼ ଝଲକ । ଜଲୱା ଦେଖାଇବେ ଏହି ଓଲିଉଡ ଷ୍ଟାର । ଯଦିଓ ବିଜେଡିରୁ କେହି ସିନେ ଷ୍ଟାର ପ୍ରାର୍ଥୀ ହୋଇନାହାନ୍ତି ତେବେ ପ୍ରଚାରପ୍ରସାରରେ ତୁଲାଇବେ ଗୁରୁତ୍ବପୂର୍ଣ୍ଣ ଭୂମିକା । ପ୍ରାର୍ଥୀଙ୍କ ପାଇଁ ଅଧିକରୁ ଅଧିକ ସମର୍ଥନ ଯୋଗାଡ଼ କରିବେ । ରାଜ୍ୟ ସରକାରଙ୍କ ରୂପାନ୍ତରଣ ସଫଳତାର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାରେ ମାଧ୍ୟମ ସାଜିବେ ସିନେ ଷ୍ଟାର । ଡକରା ପାଇ ବହୁ କଳାକାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି ବିଜେଡି ପାଇଁ ମଇଦାନକୁ ଓହ୍ଲାଇବେ ଜଣାଶୁଣା ଓଲିଉଡ ଷ୍ଟାର ।

ଗତ ୨୦୧୯ ନିର୍ବାଚନରେ ବିଜେଡି ଟିକେଟରେ କେନ୍ଦ୍ରାପଡ଼ାରୁ ସାଂସଦ ହୋଇଥିଲେ ଅନୁଭବ ମହାନ୍ତି । ଏଥର କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଅନୁଭବ ବିଜେଡି ଛାଡ଼ିବା ପରେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ମଧ୍ୟ କିଛି ଷ୍ଟାରଙ୍କୁ ପ୍ରାର୍ଥୀ କରିଛି । ଆକାଶ ଦାସ ନାୟକ ବିଜେପିରୁ କୋରେଇ ଆସନରେ ପ୍ରାର୍ଥୀ ହୋଇଛନ୍ତି । ସେହିପରି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଆସନରେ ବିଜେପିରୁ ମଇଦାନକୁ ଓହ୍ଲାଇଛନ୍ତି । ସିନେ ଅଭିନେତା ମନୋଜ ମିଶ୍ରଙ୍କୁ ବଲାଙ୍ଗୀର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ । ୨୪ ନିର୍ବାଚନରେ ବିଜେଡି ଷ୍ଟାରଙ୍କୁ ଟିକେଟ ଦେଇନଥିଲେ ମଧ୍ୟ କଳାକାରମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଯୋଡ଼ି ହେବେ ବୋଲି କୁହାଯାଉଛି । ତେବେ ବିଜେଡି ଷ୍ଟାର ଶୂନ୍ୟ ହୋଇଥିବା ବେଳେ ପ୍ରଚାର ମାଧ୍ୟମରେ ଲୋକଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଫଳତାର ବାର୍ତ୍ତା ପହଞ୍ଚାଇବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.