୧୪ ରୁ ଗ୍ରୀଷ୍ମ ସତର୍କତା ଜାରି : ୧୭ ରୁ ୨୦ ଯାଏଁ ହୋଇପାରେ ଘାତକ, ଟ୍ୱିନ ସିଟିକୁ ହିଟ େଓ୍ଵଭ୍‌ ଓ୍ଵାର୍ଣ୍ଣିଂ

ଆଜିଠାରୁ ରାଜ୍ୟରେ ବଢିଲା ତାତି । ଆସନ୍ତା କାଲି ଠାରୁ ବା ପରବର୍ତ୍ତୀ ୪ ରୁ ୫ ଦିନ ମଧ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ । ଖରାର ତାତିରେ ସିଝିବ ପୁରା ଓଡିଶା। ୧୬ ତାରିଖରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ବଢିଲା ତାତି । ଆସନ୍ତା କାଲି ଠାରୁ ବା ପରବର୍ତ୍ତୀ ୪ ରୁ ୫ ଦିନ ମଧ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ । ଖରାର ତାତିରେ ସିଝିବ ପୁରା ଓଡିଶା। ୧୬ ତାରିଖରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହାସହ ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମପ୍ରବାହ । ଏପ୍ରିଲ ୧୭ ରୁ ୨୦ ଯାଏଁ ହେବ ସାଙ୍ଘାତିକ ସ୍ଥିତି ।

୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ୧୫ ଡିଗ୍ରୀ ଯାଏଁ ବଢିବ ପାରଦ । କିଛି ଦିନର କାଳବୈଶାଖୀ ବର୍ଷା ପରେ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରବାହ । ଅଧିକାଂଶ ସହରର ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ଛୁଇଁବ । ସୃଷ୍ଟି ହେବ ଅସହ୍ୟ ପାଣିପାଗ ସ୍ଥିତି । ଏହି ତାତି ଶରୀର ପାଇଁ ହୋଇପାରେ ଘାତକ ବୋଲି କହିଛି ପାଣିପାଗ ବିଭାଗ ।

ସେହିପରି ଆସନ୍ତାକଲି ଠାରୁ ରାଜ୍ୟରେ ତାତି ବଢିବ । ଆସନ୍ତା ୨୪ ଘଂଟାରେ ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୪ ତାରିଖରେ ଉପକୂଳ ସହ ଦକ୍ଷିଣ ଓଡ଼ିଶାର ୨ଟି ଜିଲ୍ଲା ଜଗତସିଂହପୁର ଓ ଗଞ୍ଜାମକୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି ।

ସେହିପରି ୧୫ ତାରିଖ ଓ ୧୬ ତାରିଖରେ ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ ୧୩ ଜିଲା ଯେପରିକି ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, ଯାଜପୁର, ନୟାଗଡ, ବୌଦ୍ଧ, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ୧୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ଦିନ ସହ ରାତି ତାପମାତ୍ରା କରିବ ଅସ୍ତବ୍ୟସ୍ତ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ।

You might also like