ବିଧାନସଭାରେ 5T ସଚିବଙ୍କୁ ଭୂରି ଭୂରି ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍): 5T ସଚିବଙ୍କୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ଭୂରି ଭୂରି ପ୍ରଶଂସା। ବିଧାନସଭାରେ ପ୍ରଶଂସା କଲେ ସୁର ରାଉତରାୟ। କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମି ଦେଖିବା ପରେ ପ୍ରଶଂସା କରିଛନ୍ତି। ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି।

ପୁରୀ ଠାରୁ ଆରମ୍ଭ କରି ଅନେକ ମନ୍ଦିରର ବିକାଶ କରିଛନ୍ତି ରାଜ୍ୟ ସରକାର। ଏହା ସହ ଧଉଳିର ବିକାଶ କରିବାକୁ ବିଧାନସଭା ପ୍ରଶ୍ନକାଳରେ ଦାବି ଉଠାଇଛନ୍ତି ସୁର ରାଉତରାୟ। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଉତ୍ତରରେ କହିଛନ୍ତି, ଧଉଳି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଛି। ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.