ବିଜେପିକୁ ହରାଇବା ପାଇଁ ସହଯୋଗୀ ସନ୍ଧାନରେ କଂଗ୍ରେସ : ଜାତୀୟ ସ୍ତରରେ ପ୍ରସ୍ତୁତ ହେଉଛି ରଣନୀତି

ଭୁବନେଶ୍ବର : ୧୯ ପାଇଁ କଂଗ୍ରେସ ଖୋଜୁଛି ସହଯୋଗୀ । ନବଗଠିତ କଂଗ୍ରେସ କାର୍ୟ୍ୟକାରୀ କମିଟି ବୈଠକରେ ରାହୁଲ ଗାନ୍ଧିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ବିଜେପିକୁ ହରାଇବା ପାଇଁ ବିଭିନ୍ନ ରାଜ୍ୟରେ ମେଣ୍ଟ ପ୍ରୟାସ କରିବ ଦଳ । ଅନେକ ରାଜ୍ୟରେ ସମ୍ଭାବନା ଅଛି । କିନ୍ତୁ ଓଡ଼ିଶାରେ ସହଯୋଗୀ ମିଳିବା ସମ୍ଭାବନା ଅଛି କି? କେଉଁ କେଉଁ ଛୋଟ ଦଳଙ୍କୁ ନେଇ ବିକଳ୍ପ ଖୋଜିବ କଂଗ୍ରେସ?

ରାଜ୍ୟରେ ପୂର୍ବରୁ ବିଜେଡି ସହ କଂଗ୍ରେସର ଟକ୍କର ଥିଲା । ବର୍ତ୍ତମାନ କଂଗ୍ରେସକୁ କାଟି ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛି ବିଜେପି । ଆଗରୁ ବିଜେଡି ସହ ବିଜେପିର ମେଣ୍ଟ ଥିଲା । ଏବେ କଂଗ୍ରେସ ଓ ବିଜେପିଠାରୁ ବିଜେଡି ସମଦୂରତା ନୀତିରେ କାଏମ ଅଛି ।

୨୦୧୪ ପରଠାରୁ ରାଜ୍ୟରେ କଂଗ୍ରେସ ତଳକୁ ତଳ ଖସି ଚାଲିଛି । ପଞ୍ଚାୟତ ହେଉ କି ପୌର ଉପନିର୍ବାଚନ, ସବୁଠି ଦଳ ତୃତୀୟ ସ୍ଥାନରେ ରହିଛି । ବିଜେପୁରରରେ ତ ଅମାନତ ଉଡ଼ିଗଲା। ରାଜ୍ୟରେ ଉଭୟ ବିଜେଡି-ବିଜେପିକୁ ଦୁଇ ପଟୁ ମୁକାବିଲା କରୁଛି ଦଳ । ଏବେ ଉପରକୁ ଉଠିବା ପାଇଁ ରାଜ୍ୟରେ କିଏ କଂଗ୍ରେସର ସାହା ହେବ? ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.