ଭଦ୍ରକ ଚରମ୍ପା ତାରିଣୀ ଲେଭଲ କ୍ରସିଂରୁ ହଟିଲା ରେଳରୋକ

ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ଜିଲ୍ଲା ଚରମ୍ପା ତାରିଣୀ ଲେଭଲ କ୍ରସିଂରୁ ହଟିଲା ରେଳରୋକ। ସମସ୍ୟା ସମାଧାନ ପାଇଁ ପୂର୍ବତଟ ରେଳପଥ ଅଧିକାରୀ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ଫ୍ଲାଇଓଭର ନିର୍ମାଣ ଦାବି ଓ ୫ଟି ଦ୍ରୁତଗାମୀ ଟ୍ରେନ୍‌ ରହଣି ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରେଳରୋକ କରାଯାଇଥିଲା। ଫଳରେ ଭଦ୍ରକ ଷ୍ଟେସନରେ ସିଲଚର-ଥିରୁଅନନ୍ତପୁରମ ଏକ୍ସପ୍ରେସ୍‌ ଓ ଚେନ୍ନାଇ-ହାଓ୍ଵଡା କରମଣ୍ଡଳ ଏକ୍ସପ୍ରେସ୍‌ ଅଟକି ରହିତିଲା। ରେଳ ଚଳାଚଳ ବନ୍ଦ ରହିବାରୁ ଯାତ୍ରୀମାନେ କିଛି ଘଣ୍ଟା ଧରି ହଇରାଣ ହୋଇଥିଲେ। ଓଭରବ୍ରିଜ ନଥିବାରୁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.