Below header

ଭଦ୍ରକ ଡାହାଣୀ ଗଡିଆ ନିକଟରେ ଜଳିଗଲା ଫ୍ଲିପକାର୍ଟ ସାମଗ୍ରୀ ନେଇ ଯାଉଥିବା କଣ୍ଟେନର

ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀ ଗଡିଆ ନିକଟରେ ଜଳିଗଲା କଣ୍ଟେନର । ବୋଲେରୋକୁ ପଛପଟୁ ଧକ୍କା ଦେଇଥିଲା କଣ୍ଟେନର । ଏହା ପରେ ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର । ଫ୍ଲିପକାର୍ଟ ସାମଗ୍ରୀ ନେଇ କଣ୍ଟେନରଟି ଯାଉଥିଲା।

କଣ୍ଟେନରଟି ମୁମ୍ବାଇରୁ କୋଲକତା ଯାଉଥିବା ବେଳେ, ରୋଗୀ ନେଇ କଟକରୁ ଆସୁଥିବା ବୋଲେରୋକୁ ପଛପଟୁ ଧକ୍କା ଦେଇଥିଲା ।ତେବେ କଣ୍ଟେନର ଡ୍ରାଇଭର ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲେ । ଅନ୍ୟପଟେ ବୋଲେରୋରେ ଥିବା ୩ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ଦମକଳ ବାହିନୀ କଣ୍ଟେନରରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.