ନବରଙ୍ଗପୁର: ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ସାମ୍ନାକୁ ଆସିଲା ପ୍ରଦୀପ ମାଝୀଙ୍କ ବିବାଦୀୟ ଭିଡ଼ିଓ, ପଢନ୍ତୁ ପୁରା ଘଟଣା

ନବରଙ୍ଗପୁର(କେନ୍ୟୁଜ୍): ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ ରଖ । କହିଲେ ଜାଳିବ । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ବିବାଦୀୟ ଅଡିଓ ଟେପ୍‌ । ନିର୍ଦ୍ଦେଶ ପରେ ନିଆଁ ଲଗାଇବା ପାଇଁ କଂଗ୍ରେସ କର୍ମୀଙ୍କୁ ଏଭଳି ଢଙ୍ଗରେ ଫୋନରେ କହିଛନ୍ତି ପ୍ରଦୀପ ମାଝୀ। ନବରଙ୍ଗପୁରରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ବେଳେ ଉତ୍ତ୍ୟକ୍ତ କରିବା ଭଳି ଏହି ଫୋନ ବାର୍ତ୍ତାଳାପକୁ ନେଇ ସୃଷ୍ଟି ହୋଇଛି ବିବାଦ । ଆସନ୍ତୁ ଶୁଣିବା ଫୋନରେ କଣ କହୁଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ।

pradip

ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖିବା ନେଇ ମୋବାଇଲ ଫୋନ ବାର୍ତ୍ତାଳାପକୁ ବି ସ୍ୱୀକାର କରିଛନ୍ତି ପ୍ରଦୀପ ମାଝୀ । କହିଛନ୍ତି, ଆଦିବାସୀଙ୍କୁ ନ୍ୟାୟ ଦେବା ପାଇଁ ଦରକାର ପଡ଼ିଲେ ଆଇନ ହାତକୁ ନେବାକୁ ବି ପଛଘୁଞ୍ଚା ଦେବେ ନାହିଁ । କେବଳ ଏହି ଗୋଟିଏ ଘଟଣା ନୁହେଁ ବିଭିନ୍ନ ସମୟରେ ଆନ୍ଦୋଳନ ବେଳେ ୟଙ୍ଗ୍ରି ଅନ୍ଦାଜରେ ଦେଖିବାକୁ ମିଳେ ପ୍ରଦୀପ ମାଝୀଙ୍କୁ। ନବରଙ୍ଗପୁର କୋଷାଗୁମୁଡ଼ାରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ୧୩ ଦିନ ବିତିଯାଇଥିବା ବେଳେ ଏଯାଏ ଅଭିଯୁକ୍ତ ଧରାପଡ଼ିନାହାନ୍ତି । ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାର ୧୦ଟି ବ୍ଲକରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଠପ୍‌ ହୋଇଥିଲା ଯାତାୟାତ । ବନ୍ଦ ବେଳେ ଡିପିସି ଅଫିସ ସାମ୍ନାରେ ଏକ କାର୍‌କୁ ଜାଳି ଦେଇଥିଲେ ଦୁର୍ବୃତ୍ତ । କାର୍‌ଟି କାହାର ଓ କିଏ ନିଆଁ ଲଗାଇଲା ତାହା ରହସ୍ୟଘେରରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.